ଖେଳ

ଟେଷ୍ଟ କ୍ରିକେଟ୍‌ରେ ଗୋଟିଏ ଦିନରେ ସର୍ବାଧିକ ରନ୍‌: ଟପ-୧୦ରେ ୨ ଭାରତୀୟ, ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୧: ଟେଷ୍ଟ କ୍ରିକେଟରେ ଗୋଟିଏ ଦିନରେ ସର୍ବାଧିକ ରନ ସଂଗ୍ରହ କରିବାର ବିଶ୍ୱ ରେକର୍ଡ ଆଜି ବି କିମ୍ବଦନ୍ତୀ ବ୍ୟାଟର୍‌ ସାର୍‌ ଡନ ବ୍ରାଡମ୍ୟାନଙ୍କ ନାମରେ ରହିଛି। ୧୯୩୦ ମସିହାରେ ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ସେ ଗୋଟିଏ ଦିନରେ ୩୦୯ ରନ କରିଥିଲେ। ଦୀର୍ଘ ବର୍ଷ ପରେ ମଧ୍ୟ ଏହି ରେକର୍ଡ ଅତୁଟ ରହିଛି।
ଙ ଏହି ତାଲିକାରେ ଇଂଲଣ୍ଡର ୱାଲି ହାମଣ୍ଡ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୧୯୩୩ରେ ନ୍ୟୁଜିଲାଣ୍ଡ ବିପକ୍ଷ ଅକଲାଣ୍ଡ ଟେଷ୍ଟରେ ସେ ଗୋଟିଏ ଦିନରେ ୨୯୫ ରନ କରିଥିଲେ। ଏହି ତାଲିକାରେ ଭାରତର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ତୃତୀୟ ସ୍ଥାନରେ ଅଛନ୍ତି। ୨୦୦୯ ମସିହାରେ ସେ ଗୋଟିଏ ଦିନରେ ୨୮୪ ରନ କରି ଏହି ରେକର୍ଡ କରିଥିଲେ। ଏହି ତାଲିକାର ଶୀର୍ଷ ୫ ମଧ୍ୟରେ ସ୍ଥାନ ପାଇଥିବା ସେ ଏକମାତ୍ର ଭାରତୀୟ ବ୍ୟାଟର।

ଚତୁର୍ଥ ସ୍ଥାନରେ ଇଂଲଣ୍ଡର ଡେନିସ କମ୍ପଟନ ଅଛନ୍ତି। ୧୯୫୪ରେ ପାକିସ୍ତାନ ବିପକ୍ଷ ସାଉଥାମ୍ପଟନ ଟେଷ୍ଟରେ ସେ ଗୋଟିଏ ଦିନରେ ୨୭୩ ରନ କରିଥିଲେ। ପଞ୍ଚମ ସ୍ଥାନରେ ପୁଣି ଥରେ ଡନ ବ୍ରାଡମ୍ୟାନ୍ଙ୍କ ନାମ ରହିଛି। ୧୯୩୪ରେ ଇଂଲଣ୍ଡ ବିପକ୍ଷ ଲିଡ୍ସ ଟେଷ୍ଟରେ ସେ ଗୋଟିଏ ଦିନରେ ୨୭୧ ରନ କରିଥିଲେ। ତାଲିକାର ଷଷ୍ଠ ସ୍ଥାନରେ ଦକ୍ଷିଣ ଆଫ୍ରିକାର ୱିଆନ ମଲ୍ଡର ଅଛନ୍ତି। ୨୦୨୫ରେ ଜିମ୍ବାୱେ ବିପକ୍ଷ ଟେଷ୍ଟରେ ସେ ଗୋଟିଏ ଦିନରେ ୨୬୪ ରନ କରିଥିଲେ। ସପ୍ତମ ସ୍ଥାନରେ ଅଛନ୍ତି ବୀରେନ୍ଦ୍ର ସେହ୍ବାଗ। ୨୦୦୮ରେ ଚେନ୍ନାଇ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଗୋଟିଏ ଦିନରେ ୨୫୭ ରନ କରିଥିଲେ।

ଅଷ୍ଟମ ସ୍ଥାନରେ ସାର୍‌ ଡନ ବ୍ରାଡମ୍ୟାନ ଓ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ଯୁଗ୍ମ ଭାବେ ରହିଛନ୍ତି। ବ୍ରାଡମ୍ୟାନ ୧୯୩୪ରେ ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ୨୪୪ ରନ କରିଥିବା ବେଳେ ୱାର୍ଣ୍ଣର ୨୦୧୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ୱାକା ଟେଷ୍ଟରେ ସମାନ ୨୪୪ ରନ କରିଥିଲେ। ନବମ ସ୍ଥାନରେ ୱେଷ୍ଟଇଣ୍ଡିଜ୍‌ର ଫ୍ରାଙ୍କ ୱରେଲ ଅଛନ୍ତି। ୧୯୫୦ରେ ସେ ଟେଷ୍ଟ କ୍ରିକେଟ୍ରେ ଗୋଟିଏ ଦିନରେ ୨୩୯ ରନ କରିଥିଲେ। ଦଶମ ସ୍ଥାନରେ ଭାରତର କରୁଣ ନାୟାର ଅଛନ୍ତି। ୨୦୧୬ରେ ଚେନ୍ନାଇ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ସେ ଗୋଟିଏ ଦିନରେ ୨୩୨ ରନ କରିଥିଲେ।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button