ବିନା ଗୋଟିଏ ବଲରେ ରଦ୍ଦ ହେଲା ତୃତୀୟ ODI, ଭାରତର ଐତିହାସିକ ବିଜୟ ସ୍ବପ୍ନରେ ଲାଗିଲା ବ୍ରେକ୍! ଜାଣନ୍ତୁ କେବେ ହେବ ପରବର୍ତ୍ତୀ ମ୍ୟାଚ

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ପ୍ରାୟ ୫ ଘଣ୍ଟା ଧରି ପାଗ ଭଲ ହେବାକୁ ମ୍ୟାଚ ଅଧିକାରୀମାନେ ଅପେକ୍ଷା କରିଥିଲେ। କିନ୍ତୁ ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୧ଟା ୧୦ ମିନିଟରେ ମ୍ୟାଚ ବାତିଲ ହେବା ନେଇ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଟିମ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁର୍ଭାଗ୍ୟବଶତଃ ମ୍ୟାଚର ଗୋଟିଏ ବି ବଲ ବୋଲିଂ ହୋଇପାରିନଥିଲା।
ଭାରତୀୟ ଦଳ ସିରିଜରେ ୨-୦ରେ ଆଗୁଆ ରହିଛି। ଆଜିର ମ୍ୟାଚ ଜିତିଥିଲେ ଭାରତ ୩-୦ରେ ସିରିଜ ନିଜ ନାମରେ କରିପାରିଥାନ୍ତା। ଏହା ହୋଇଥିଲେ ଦୀର୍ଘ ୭ ବର୍ଷ ପରେ ପ୍ରଥମ ଥର ପାଇଁ କୌଣସି ଦଳ ନ୍ୟୁଜିଲାଣ୍ଡକୁ ତା’ର ଘରୋଇ ମାଟିରେ ଦିନିକିଆ ସିରିଜରେ ପରାସ୍ତ କରିବାର ରେକର୍ଡ କରିଥାନ୍ତା। ଏହି ଐତିହାସିକ ସଫଳତା ପାଇଁ ଏବେ ଭାରତୀୟ ଦଳକୁ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ସେଦିନ ମାଉଣ୍ଟ ମାଉଙ୍ଗାନୁଇରେ ଚତୁର୍ଥ ଦିନିକିଆ ଖେଳାଯିବ।
ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୯ଟା ୧୫ ମିନିଟରେ ଟସ ହୋଇଥିଲା। ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ଚୟନ କରିଥିଲା। ହେଲେ ଏହାର କିଛି ସମୟ ପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ଖେଳ ଆରମ୍ଭ ହୋଇପାରିନଥିଲା। ଶେଷରେ ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୧ଟା ୧୫ ମିନିଟରେ ମ୍ୟାଚ ବାତିଲ ହେବା ନେଇ ଘୋଷଣା କରାଯାଇଥିଲା।
ସୌଜନ୍ୟ ଧରିତ୍ରୀ




