ଖେଳ

ଏହି ମାମଲାରେ ପାକିସ୍ତାନ ଆଗରେ, ଭାରତ ପଛରେ: ଗୋଟିଏ ଟେଷ୍ଟରେ ସବୁଠୁ ବଡ଼…

ଶାରଜା,୧୦।୧୧: ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଶାରଜା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ହାଇସ୍କୋରିଂ ମ୍ୟାଚ୍‌ର ତିନୋଟି ପାଳିରେ ମୋଟ ୧,୫୪୧ ରନ ସଂଗ୍ରହ ହୋଇଛି। ମ୍ୟାଚ୍‌ର ଶେଷ ଦିନରେ ୪୧ ବର୍ଷୀୟ କ୍ରେଗ ଏରଭିନ ଅପରାଜିତ ଦ୍ୱିଶତକ ହାସଲ କରିଥିଲେ। ଅନ୍ୟପଟେ ଜିମ୍ବାୱେ ଉଭୟ ପାଳିରେ ୫୦୦ରୁ ଅଧିକ ରନ କରି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି।

ଜିମ୍ବାୱେ ପ୍ରଥମ ପାଳିରେ ୫୦୪ ରନ ଏବଂ ଦ୍ୱିତୀୟ ପାଳିରେ ୫୨୩ ରନ କରିଥିଲା। ଏହିପରି ଦଳ ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ମୋଟ ୧,୦୨୭ ରନ ସଂଗ୍ରହ କରିଛି। ଏହି ପ୍ରଦର୍ଶନ ସହ ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଉଭୟ ପାଳିରେ ୫୦୦ରୁ ଅଧିକ ରନ କରିବାରେ ଜିମ୍ବାୱେ ଏକ ଐତିହାସିକ ଉପଲବ୍ଧି ହାସଲ କରିଛି। ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଦଳଗତ ଭାବେ ସର୍ବାଧିକ ରନ କରିବା ତାଲିକାରେ ଜିମ୍ବାୱେ ଚତୁର୍ଥ ସ୍ଥାନକୁ ଉଠିଛି। ଏହି ତାଲିକାର ପ୍ରଥମ ସ୍ଥାନରେ ଇଂଲଣ୍ଡ ରହିଛି। ୧୯୩୦ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ଇଂଲଣ୍ଡ ମୋଟ ୧,୧୨୧ ରନ କରିଥିଲା। ଦ୍ୱିତୀୟ ସ୍ଥାନରେ ପାକିସ୍ତାନ ରହିଛି। ୨୦୦୬ରେ ଫୈସଲାବାଦ ଟେଷ୍ଟରେ ଭାରତ ବିପକ୍ଷରେ ପାକିସ୍ତାନ ୧,୦୭୮ ରନ କରିଥିଲା। ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ୧୯୩୪ରେ ଓଭାଲ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୧,୦୨୮ ରନ କରିଥିଲା। ଏବେ ୨୦୨୬ରେ ଆଫଗାନିସ୍ତାନ ବିପକ୍ଷରେ ୧,୦୨୭ ରନ କରି ଜିମ୍ବାୱେ ଚତୁର୍ଥ ସ୍ଥାନରେ ରହିଛି। ପଞ୍ଚମ ସ୍ଥାନରେ ଭାରତ ରହିଛି। ୨୦୨୫ରେ ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ୧,୦୧୪ ରନ କରିଥିଲା। ଷଷ୍ଠ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି। ୧୯୬୯ରେ ସିଡନୀ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଅଷ୍ଟ୍ରେଲିଆ ୧,୦୧୩ ରନ କରିଥିଲା। ସପ୍ତମ ସ୍ଥାନରେ ଦକ୍ଷିଣ ଆଫ୍ରିକା ରହିଛି। ୧୯୩୯ରେ ଡର୍ବାନ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଦଳ ୧,୦୧୧ ରନ କରିଥିଲା।

 

 

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button