Aniruddh-Kavya Maran: ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ଏବଂ ଏସଆରଏଚ୍ ମାଲିକ କାବ୍ୟା ମାରନଙ୍କର ସାମ୍ନାକୁ ଆସିଲା ବିବାହର ପ୍ରଥମ ଫଟୋ
ଦକ୍ଷିଣ ଭାରତୀୟ ସିନେମା ଜଗତର ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ 'ସନରାଇଜର୍ସ ହାଇଦ୍ରାବାଦ'ର ମାଲିକ କାବ୍ୟା ମାରନ ଶେଷରେ ବିବାହ କରିଛନ୍ତି।

ଚେନ୍ନାଇ/ଗ୍ରୀସ: ଦକ୍ଷିଣ ଭାରତୀୟ ସିନେମା ଜଗତର ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ ‘ସନରାଇଜର୍ସ ହାଇଦ୍ରାବାଦ’ର ମାଲିକ କାବ୍ୟା ମାରନ ଶେଷରେ ବିବାହ କରିଛନ୍ତି। ଗ୍ରୀସ୍ର ଏକ ମନୋରମ ପରିବେଶରେ ଅତି ଗୁପ୍ତ ଏବଂ ସ୍ୱତନ୍ତ୍ର ଭାବରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବିବାହ ପରେ ଅନିରୁଦ୍ଧ ନିଜେ ସୋସିଆଲ ମିଡିଆରେ ସେମାନଙ୍କ ବିବାହର ପ୍ରଥମ ଫଟୋ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି।
ସୁନେଲି ରଙ୍ଗର ପୋଷାକରେ ନଜର ଆସିଲେ ନବବିବାହିତ ଯୋଡ଼ି
ସାମ୍ନାକୁ ଆସିଥିବା ପ୍ରଥମ ଫଟୋରେ ଅନିରୁଦ୍ଧ ଏବଂ କାବ୍ୟା ମାରନଙ୍କୁ ସୁନେଲି ରଙ୍ଗର ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, ଏହି ବିବାହ ଉତ୍ସବରେ କେବଳ ପରିବାରର ଲୋକେ ଏବଂ କିଛି ମନୋନୀତ ବନ୍ଧୁବାନ୍ଧବ ତଥା ସେଲିବ୍ରେଟିମାନେ ଯାେଗଦେଇଥିଲେ। ଏଥିରେ ସୁପରଷ୍ଟାର୍ ରଜନୀକାନ୍ତ (ଯିଏ କି ଅନିରୁଦ୍ଧଙ୍କ ସମ୍ପର୍କୀୟ), ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




