ମନୋରଞ୍ଜନ

Ramayana: ‘ରାମାୟଣ’ରେ ରଣବୀର କପୁରଙ୍କ କବଚ ସୁନା କି ରୂପା ନୁହେଁ, ବେତ ଓ ରବରରେ ତିଆରି: ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ |

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ମେଗା ବଜେଟ୍ ଚଳଚ୍ଚିତ୍ର 'ରାମାୟଣ' ନିକଟରେ ରିଲିଜ ହେବା ପରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ରଣବୀର କପୁରଙ୍କ ଲୁକ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି ।

ମୁମ୍ବାଇ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ବହୁପ୍ରତୀକ୍ଷିତ ମେଗା ବଜେଟ୍ ଚଳଚ୍ଚିତ୍ର ‘ରାମାୟଣ’ ନିକଟରେ ରିଲିଜ ହେବା ପରେ ପ୍ରଭୁ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ରଣବୀର କପୁରଙ୍କ ଲୁକ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ତେବେ ଫିଲ୍ମରେ ଶ୍ରୀରାମଙ୍କ ଯୁଦ୍ଧ ବେଶରେ ଦେଖାଯାଉଥିବା ବିଶେଷ କବଚକୁ ନେଇ ଏବେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି କବଚ କୌଣସି ସୁନା, ରୂପା କିମ୍ବା ଲୁହାରେ ତିଆରି ହୋଇନାହିଁ । ଏହା ସଂପୂର୍ଣ୍ଣ ଭାବେ ବେତ ଏବଂ ରବରର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି ।

୧୫ ଜଣ କାରିଗର, ସାଢ଼େ ୩ ବର୍ଷର ପରିଶ୍ରମ
ଆସାମର ବାରପେଟା ଜିଲ୍ଲା ଜାନିଆ ବାଙ୍ଗଲିପାଡ଼ା ଗାଁର ମୁଖ୍ୟ କାରିଗର ଜୈନୁଲ ଅବଦୀନଙ୍କ ନେତୃତ୍ୱରେ ୧୫ ଜଣିଆ ସ୍ଥାନୀୟ କାରିଗର ଟିମ୍ ଏହି କବଚଗୁଡ଼ିକୁ ନିଜ ହାତରେ ପ୍ରସ୍ତୁତ କରିଛନ୍ତି । ପ୍ରାୟ ସାଢ଼େ ୩ ବର୍ଷ ଧରି କାମ କରି ସେମାନେ ମୋଟ ୩୦ ରୁ ୩୫ଟି କବଚ ତିଆରି କରିଥିଲେ । କାରିଗର ଜୈନୁଲ ଅବଦୀନଙ୍କ କହିବା ଅନୁଯାୟୀ, ପ୍ରଥମେ କେବଳ ବେତରେ କବଚ ତିଆରି କରାଯାଇଥିଲା, କିନ୍ତୁ ଏହା ଅତ୍ୟନ୍ତ ଟାଣ ଥିବାରୁ ଅଭିନେତାଙ୍କୁ ଶରୀର ନୁଆଁଇବା ଓ ଅଙ୍ଗଚାଳନା କରିବାରେ ଅସୁବିଧା ହୋଇଥିଲା । ଏହାପରେ କୋଷ୍ଟ୍ୟୁମ୍ ଡିଜାଇନର ଅଜୟ କୁମାରଙ୍କ ସହ ଆଲୋଚନା କରି ବେତ ସହିତ କଳା ଓ ସବୁଜ ରଙ୍ଗର ରବର ମିଶାଇ କବଚ ଡିଜାଇନ୍ କରାଯାଇଥିଲା, ଯାହା ଫଳରେ ଏହା ସହଜରେ ମୋଡ଼ି ହୋଇପାରିଥିଲା ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button