ଖେଳ

Nehru Cup: ୩ ବର୍ଷ ପରେ ଓଡ଼ିଶାକୁ ନେହରୁ କପ୍‌: ମନୀଷ ନାଏକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି

୩ ବର୍ଷ ପରେ ପୁଣି ଥରେ ନେହରୁ କପ୍‌ରେ ବିଜେତା ହୋଇଛି ଓଡ଼ିଶା ଟାଟା ନାଭାଲ୍‌ ହକି ଏଚ୍‌ପିସି। ନୂଆଦିଲ୍ଲୀର ଶିବାଜୀ ଷ୍ଟାଡିୟମଠାରେ ଅନୁଷ୍ଠିତ ୫୪ତମ ନେହରୁ କନିଷ୍ଠ ହକି ପ୍ରତିଯୋଗିତାରେ ଏଚ୍‌ପିସିର ୧୭ ବର୍ଷରୁ କମ୍‌ ଦଳ ବିଜେତା ହୋଇଛି।

ଭୁବନେଶ୍ୱର: ୩ ବର୍ଷ ପରେ ପୁଣି ଥରେ ନେହରୁ କପ୍‌ରେ ବିଜେତା ହୋଇଛି ଓଡ଼ିଶା ଟାଟା ନାଭାଲ୍‌ ହକି ଏଚ୍‌ପିସି। ନୂଆଦିଲ୍ଲୀର ଶିବାଜୀ ଷ୍ଟାଡିୟମଠାରେ ଅନୁଷ୍ଠିତ ୫୪ତମ ନେହରୁ କନିଷ୍ଠ ହକି ପ୍ରତିଯୋଗିତାରେ ଏଚ୍‌ପିସିର ୧୭ ବର୍ଷରୁ କମ୍‌ ଦଳ ବିଜେତା ହୋଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଓଡ଼ିଶା ଏଚ୍‌ପିସି ଦଳ ଲକ୍ଷ୍ନୌ ଏନ୍‌ସିସିକୁ ୪-୩ ଗୋଲରେ ପରାସ୍ତ କରିଛି।

ଏନ୍‌ସିସି ଲକ୍ଷ୍ନୌକୁ ହରାଇଲା ଓଡ଼ିଶା ଟାଟା ନାଭାଲ୍‌ ହକି ଏଚ୍‌ପିପି
ମନୀଷ ନାଏକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି

ଗ୍ରୁପ୍ ପର୍ଯ୍ୟାୟରେ ଚଣ୍ଡିଗଡ଼ର ଗଭର୍ଣ୍ଣମେଣ୍ଟ ମଡେଲ୍ ସିନିୟର ସେକେଣ୍ଡାରୀ ସ୍କୁଲ (ସେକ୍ଟର ୩୭-ଡି) କୁ ୪-୨ ଗୋଲରେ, ସୋନିପତକୁ ମଧ୍ୟ ସମାନ ୪-୨ରେ ହରାଇବା ପରେ ସେମିଫାଇନାଲ୍‌ରେ ଜାମସେଦପୁର ନାଭାଲ ଟାଟା ହକି ଏକାଡେମୀ ସହ କଡ଼ା ଟକ୍କର ହୋଇଥିଲା। ଏଥର ମଧ୍ୟ ଓଡ଼ିଶା ଦଳ ୪-୨ରେ ବିଜୟୀ ହୋଇଥିଲା। ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶାର ମନୀଷ ନାଏକଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସମ୍ମାନ ମିଳିଛି। ଏହି ସଫଳତାରେ ଖୁସି ବ୍ୟକ୍ତ କରି ହକି ଏସ୍ ଫାଉଣ୍ଡେସନର ସିଇଓ କ୍ୟାପଟେନ ଅମିତାଭ କହିଛନ୍ତି ‘‘ଓଏନଟିଏଚ୍ଏଚ୍‌ପିସି ପରିବାର ପାଇଁ ଏହା ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ତିନି ବର୍ଷ ପରେ ନେହରୁ କନିଷ୍ଠ ହକି କପ୍‌ ଜିତିବା ଆମର ଯୁବ ଖେଳାଳି, ପ୍ରଶିକ୍ଷକ ଏବଂ ସପୋର୍ଟ ଷ୍ଟାଫଙ୍କ ନିଷ୍ଠା, ଶୃଙ୍ଖଳା ଓ କଠିନ ପରିଶ୍ରମର ପ୍ରତିଫଳନ। ପୂରା ଦଳକୁ ଅଭିନନ୍ଦନ ଜଣାଉଛି ଏବଂ ଆଶା କରୁଛି ଏହି ସଫଳତା ସେମାନଙ୍କୁ ଭବିଷ୍ୟତରେ ଆହୁରି ବଡ଼ ଶିଖର ଛୁଇଁବାକୁ ପ୍ରେରଣା ଯୋଗାଇବ।’’

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button