ଦେଶ ବିଦେଶ
Attack: ହର୍ମୁଜ୍ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ: ନିଆଁ ଲାଗି ତୈଳବାହୀ ଜାହାଜ କ୍ଷତିଗ୍ରସ୍ତ
ଓମାନ ଉପକୂଳ ନିକଟସ୍ଥ ପୂର୍ବ ହର୍ମୁଜ୍ ପ୍ରଣାଳୀରେ ସାମୁଦ୍ରିକ ମାଇନ୍ ବିସ୍ଫୋରଣ ଘଟି ଏକ ତୈଳବାହୀ ଜାହାଜରେ ନିଆଁ ଲାଗିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ରଣନୈତିକ ଜଳପଥରେ ଏହା ଚତୁର୍ଥ ଜାହାଜ ଆକ୍ରମଣ ବୋଲି ୟୁକେ ମେରିଟାଇମ୍ ଟ୍ରେଡ୍...

ତେହେରାନ୍/ମସ୍କଟ୍: ଓମାନ ଉପକୂଳ ନିକଟସ୍ଥ ପୂର୍ବ ହର୍ମୁଜ୍ ପ୍ରଣାଳୀରେ ସାମୁଦ୍ରିକ ମାଇନ୍ ବିସ୍ଫୋରଣ ଘଟି ଏକ ତୈଳବାହୀ ଜାହାଜରେ ନିଆଁ ଲାଗିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ରଣନୈତିକ ଜଳପଥରେ ଏହା ଚତୁର୍ଥ ଜାହାଜ ଆକ୍ରମଣ ବୋଲି ”ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ” ପକ୍ଷରୁ ସୂଚନା ଦିଆଯାଇଛି। ବିସ୍ଫୋରଣରେ ଜାହାଜଟିର ଇଞ୍ଜିନ୍ ରୁମରେ ନିଆଁ ଲାଗିଯିବାରୁ ଏହା ସମୁଦ୍ର ମଝିରେ ଅଚଳ ହୋଇପଡ଼ିଛି। ତେବେ ଜାହାଜରେ ଥିବା ସମସ୍ତ ନାବିକ ସୁରକ୍ଷିତ ଥିବା ବେଳେ ଇରାନ ନୌସେନା ମଧ୍ୟ ଜାହାଜଟିର ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଛି।
ସୌଜନ୍ୟ ସମ୍ବାଦ



