ଦେଶ ବିଦେଶ

SIR issue: ଏସ୍ଆଇଆର୍ ପ୍ରସଙ୍ଗରେ ୪୮ ପ୍ରଶ୍ନ ମାମଲା: ଇସିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିବା ନେଇ ଭାରତର ନିର୍ବାଚନ କମିସନ (ଇସିଆଇ) ଦାଖଲ କରିଥିବା ସତ୍ୟପାଠ ଉପରେ....

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ସମ୍ପର୍କିତ ସମସ୍ତ ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିବା ନେଇ ଭାରତର ନିର୍ବାଚନ କମିସନ (ଇସିଆଇ) ଦାଖଲ କରିଥିବା ସତ୍ୟପାଠ ଉପରେ ୪୮ଟି ପ୍ରଶ୍ନ ପଚାରିବାକୁ ଅନୁମତି ମାଗି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ  ଇଣ୍ଡି ମେଣ୍ଟ ନେତାମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ମଙ୍ଗଳବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ଇସିଆଇକୁ ଜବାବ ତଲବ କରିବା ସହ ଆସନ୍ତା ଡିସେମ୍ବର ୯ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ବାଢ଼ିଥିଲେ ଯେ ଅକ୍ଟୋବର ୨୬ରେ ଇସିଆଇ ଦାଖଲ କରିଥିବା ପ୍ରତି-ସତ୍ୟପାଠରେ ସର୍ବସମ୍ମତ ନିଷ୍ପତ୍ତି କଥା କୁହାଯାଇଥିଲେ ହେଁ ଏହାର ତାରିଖ, ଫାଇଲ ନୋଟିଂ କିମ୍ବା ନିଷ୍ପତ୍ତି ପ୍ରକ୍ରିୟାର କୌଣସି ରେକର୍ଡ ପ୍ରକାଶ କରାଯାଇ ନାହିଁ। ଅନ୍ୟପକ୍ଷରେ ଇସିଆଇ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ ଏହି ଆବେଦନ ଉପରେ କଡ଼ା ଆପତ୍ତି ଦର୍ଶାଇଥିଲେ। ଯାହାଫଳରେ କୋର୍ଟ ଇସିଆଇକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଡିସେମ୍ବର ୯ରେ ପରବର୍ତ୍ତୀ ଶୁଣାଣି
ଫର୍ମ ୬ ଓ ଭୋଟର ତାଲିକାରୁ ନାଁ କଟିବା ନେଇ ମଗାଯାଇଛି ତଥ୍ୟ

ଆବେଦନକାରୀମାନେ ୨୦୨୫ ଜୁନ୍ ୨୪, ୨୦୨୫ ଅକ୍ଟୋବର ୨୭ ଏବଂ ୨୦୨୬ ମେ ୧୪ ତାରିଖରେ ଜାରି ହୋଇଥିବା ୩ଟି ଏସ୍ଆଇଆର୍ ନିର୍ଦ୍ଦେଶନାମାର
ଫାଇଲ ନମ୍ବର ଏବଂ ପ୍ରତ୍ୟେକ ସଦସ୍ୟଙ୍କ ଅନୁମୋଦନ ତାରିଖ ମାଗିଛନ୍ତି। ସମଗ୍ର ଦେଶରେ ଏସ୍ଆଇଆର୍ ଆରମ୍ଭ କରିବା ନେଇ ୨୦୨୫ ଜୁନ୍ ୨୪ ନିର୍ଦ୍ଦେଶରେ ଉଲ୍ଲେଖ ଥିବାବେଳେ ସୂଚନା ଅଧିକାର ଆଇନ ଅଧୀନରେ ପ୍ରଥମ ଅପିଲ କର୍ତ୍ତୃପକ୍ଷ ୨୦୨୫ରେ ଦେଶବ୍ୟାପୀ ଏସ୍ଆଇଆର୍ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନଥିବା କହିଥିଲେ। ଏହି ଅସଙ୍ଗତି ଉପରେ ସ୍ପଷ୍ଟୀକରଣ ମଗାଯିବା ସହ ୨୦୨୫ ଅଗଷ୍ଟ ୨୭ରେ କେନ୍ଦ୍ରୀୟ ଜନସୂଚନା ଅଧିକାରୀ ଏଭଳି କୌଣସି ତଥ୍ୟ ଉପଲବ୍ଧ ନଥିବା କହିବା ସମୟରେ ସମ୍ପୃକ୍ତ ଫାଇଲ ଅସ୍ତିତ୍ୱରେ ଥିଲା କି ନାହିଁ ବୋଲି ପ୍ରଶ୍ନ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button