ଦେଶ ବିଦେଶ
Bridge Collapse: ଭୁଶୁଡ଼ିଲା ପଟିଆଲା-ସଙ୍ଗରୁର ବାଇପାସ୍ ଭାକ୍ରା କେନାଲ ବ୍ରିଜ୍: ନଦୀକୁ ଖସିଲା ୨ ଟ୍ରକ୍
ପଞ୍ଜାବର ପଟିଆଲା-ସଙ୍ଗରୁର ବାଇପାସ୍ରେ ପାସିଆନା ଗାଁ ନିକଟରେ ଭାକ୍ରା କେନାଲ ଉପରେ ଥିବା ବ୍ରିଜ୍ ହଠାତ୍ ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଟି ଟ୍ରକ୍ ନଦୀରେ ଖସି ପଡ଼ିଛି। ଘଟଣାର କିଛି ସମୟ ପରେ, ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି।

ଚଣ୍ଡିଗଡ଼: ପଞ୍ଜାବର ପଟିଆଲା-ସଙ୍ଗରୁର ବାଇପାସ୍ରେ ପାସିଆନା ଗାଁ ନିକଟରେ ଭାକ୍ରା କେନାଲ ଉପରେ ଥିବା ବ୍ରିଜ୍ ହଠାତ୍ ଭୁଶୁଡ଼ି ପଡ଼ିଛି। ଫଳରେ ଦୁଇଟି ଟ୍ରକ୍ ନଦୀରେ ଖସି ପଡ଼ିଛି। ଘଟଣାର କିଛି ସମୟ ପରେ, ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି। ଟ୍ରକ୍ ଦୁଇଟି ବ୍ରିଜ୍ ପାର ହେଉଥିବା ସମୟରେ ଭୋର୍ ୫ଟା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବ୍ରିଜ୍ ଭୁଶୁଡ଼ିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ସୌଜନ୍ୟ ସମ୍ବାଦ




