ଦେଶ ବିଦେଶ

Ashok Leyland: ସିଙ୍ଗୁରରେ ହେବ ଅଶୋକ ଲେଲ୍ୟାଣ୍ଡର ଟ୍ରକ୍‌ କାରଖାନା!

ଗତ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୁକାନ୍ତ ମଜୁମଦାର ସିଙ୍ଗୁରରେ ଅଶୋକ ଲେଲ୍ୟାଣ୍ଡର ଟ୍ରକ୍‌ କାରଖାନା ହେବ ବୋଲି ଘୋଷଣା କରିଥିଲେ। ଏହାର କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଥିଲେ।

କୋଲକାତା: ଦୁଇ ଦଶନ୍ଧି ତଳେ ପଶ୍ଚିମବଙ୍ଗର ତତ୍କାଳୀନ ବାମଦଳ ସରକାର ସିଙ୍ଗୁରରେ ଟାଟା ମୋଟର୍ସର ନାନୋ କାର୍‌ ପ୍ରକଳ୍ପ ପାଇଁ ଯୋଜନା କରିଥିଲେ। କିନ୍ତୁ ମମତା ବାନାର୍ଜୀଙ୍କ ନେତୃତ୍ବରେ ତୃଣମୂଳ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା। କୃଷକ ଓ ବିଭିନ୍ନ ରାଜନୈତିକ ଦଳର ଆନ୍ଦୋଳନ ଯୋଗୁଁ ନାନୋ ପ୍ରକଳ୍ପ ଗୁଜରାଟକୁ ଚାଲିଯାଇଥିଲା। ଏବେ ସେହି ସିଙ୍ଗୁରରେ ଅଶୋକ ଲେଲ୍ୟାଣ୍ଡର ଟ୍ରକ୍‌ ଉତ୍ପାଦନ କାରଖାନା ସ୍ଥାପନ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button