ଦେଶ ବିଦେଶ

Wesybengal: ୱେଷ୍ଟ ବେଙ୍ଗଲ୍‌ ହେବ ପଶ୍ଚିମବଙ୍ଗ, ଡିସେମ୍ବର ୯ରେ ବିଧାନସଭାରେ ଆସିବ ନାମପରିବର୍ତ୍ତନ ପ୍ରସ୍ତାବ

ୱେଷ୍ଟ ବେଙ୍ଗଲ୍‌ର ନାମ ପରିବର୍ତ୍ତନ କରି ‘ପଶ୍ଚିମବଙ୍ଗ’ ରଖିବାକୁ ରାଜ୍ୟ ସରକାର ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଆସନ୍ତା ଡିସେମ୍ବର ୯ରେ ବିଧାନସଭାରେ ଏନେଇ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଘୋଷଣା କରିଛନ୍ତି

କୋଲକାତା: ୱେଷ୍ଟ ବେଙ୍ଗଲ୍‌ର ନାମ ପରିବର୍ତ୍ତନ କରି ‘ପଶ୍ଚିମବଙ୍ଗ’ ରଖିବାକୁ ରାଜ୍ୟ ସରକାର ପ୍ରସ୍ତାବ ଆଣିବାକୁ ଯାଉଛନ୍ତି। ଆସନ୍ତା ଡିସେମ୍ବର ୯ରେ ବିଧାନସଭାରେ ଏନେଇ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆଜି ଘୋଷଣା କରିଛନ୍ତି। ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଡିସେମ୍ବର ୪ରୁ ୧୪ ପର୍ଯ୍ୟନ୍ତ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିବ। ଏହି ଅଧିବେଶନରେ ୯ ତାରିଖରେ ନାମପରିବର୍ତ୍ତନ ସଂକ୍ରାନ୍ତ ପ୍ରସ୍ତାବ ଆଗତ ହେବ। ନୂଆ ନାମ କେବଳ ବଙ୍ଗଳା ଭାଷାରେ ନୁହେଁ, ଇଂରାଜୀରେ ମଧ୍ୟ ‘ପଶ୍ଚିମବଙ୍ଗ’ ରହିବ। ଶୁଭେନ୍ଦୁ କହିଛନ୍ତି, ଗୃହରେ ପ୍ରସ୍ତାବ ଗୃହୀତ ହେଲେ ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ରାଜ୍ୟର ନାମପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ଆବଶ୍ୟକ। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୧୯୪୭ ମସିହାରେ ଦେଶ ବିଭାଜନ ସମୟରେ ପଶ୍ଚିମବଙ୍ଗ ଗଠନ ହୋଇଥିଲା। ଏହି ଐତିହାସିକ ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ରାଜ୍ୟର ନାମ ‘ପଶ୍ଚିମବଙ୍ଗ’ ରଖିବାକୁ ପ୍ରସ୍ତାବ ଅଣାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button