ଦେଶ ବିଦେଶ

Earthquake: ନେପାଳରେ ‌ଭୋର ସକାଳୁ ଭୂମିକମ୍ପ; ଭାରତରୁ ଚୀନ ଯାଏଁ କମ୍ପିଲା ଧରିତ୍ରୀ

ନେପାଳରେ ଆଜି ଭୋର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ସକାଳ ପ୍ରାୟ ୭ଟା ୨ରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ....

ଗାଙ୍ଗଟକ୍: ନେପାଳରେ ଆଜି ଭୋର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ସକାଳ ପ୍ରାୟ ୭ଟା ୨ରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପ ପରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ରିପୋର୍ଟ କରିଛି ଯେ ମଙ୍ଗଳବାର ନେପାଳର କୋଶି ପ୍ରଦେଶରେ ୫.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା।

ଭାରତ, ଭୁଟାନ, ବାଂଲାଦେଶ ଏବଂ ଚୀନରେ ମଧ୍ୟ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ଆନୁମାନିକ ତୀବ୍ରତା ୫.୪। ଏନ୍‌ସିଏସ ଅନୁଯାୟୀ, ସୋମବାର-ମଙ୍ଗଳବାର ରାତି ୧୨:୧୩ ସମୟରେ ସିକିମ ନିକଟବର୍ତ୍ତୀ ଭୁଟାନରେ ୨.୪ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା, ଯାହାର କେନ୍ଦ୍ରସ୍ଥଳ ଗାଙ୍ଗଟକ୍ ଠାରୁ ୫୬ କିଲୋମିଟର ଦକ୍ଷିଣ-ପୂର୍ବରେ ଥିଲା।

ଭାରତରେ ଭୂମିକମ୍ପ ଅନୁଭୂତ

ଭୂମିକମ୍ପର କେନ୍ଦ୍ରସ୍ଥଳ ପୂର୍ବ ନେପାଳରେ ସିକିମ ସୀମାବର୍ତ୍ତୀ ବୋଲି ଜଣାପଡିଛି, ଯେଉଁଥ ପାଇଁ ହିମାଳୟ ଅଞ୍ଚଳରେ ସତର୍କତା ବୃଦ୍ଧି ପାଇଛି। ବର୍ତ୍ତମାନ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ଆସିନାହିଁ। ମଙ୍ଗଳବାର ଦିନ ନେପାଳର କୋଶି ପ୍ରଦେଶରେ ୫.୪ ତୀବ୍ରତାର ଭୂମିକମ୍ପ ପରେ ସିକିମ, ବିହାର ଏବଂ ପଶ୍ଚିମବଙ୍ଗରେ ପରବର୍ତ୍ତୀ ଝଟକା ଅନୁଭୂତ ହୋଇଛି।

ଚୀନ୍, ଭୁଟାନ ଓ ବାଂଲାଦେଶରେ କମ୍ପନ

ୟୁଏସ୍‌ଜିଏସ୍‌ ଅନୁଯାୟୀ ମଙ୍ଗଳବାର ସକାଳେ ନେପାଳର କୋଶି ପ୍ରଦେଶରେ ୫.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭାରତ, ଭୁଟାନ ଏବଂ ବାଂଲାଦେଶର କିଛି ଅଂଶରେ ଭୂମିକମ୍ପ ଅନୁଭୂତ ହୋଇଛି। ଚୀନ୍‌ରୁ ମଧ୍ୟ ରିପୋର୍ଟ ଆସିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button