ବିଶେଷ

A unique helmet: ମହିଳାଙ୍କ ଦ୍ବାରା, ମହିଳାଙ୍କ ପାଇଁ ସ୍ବତନ୍ତ୍ର ହେଲ୍‌ମେଟ୍‌

ଭାରତରେ ବହୁ ସଂଖ୍ୟକ ମହିଳା ଦୁଇଚକିଆ ଯାନରେ ଯାତାୟାତ କରୁଥିବା ସତ୍ତ୍ବେ ମହିଳାଙ୍କ ଆବଶ୍ୟକତା, ସୁରକ୍ଷା ଓ ସୁବିଧାକୁ ଧ୍ୟାନରେ ରଖି ପ୍ରସ୍ତୁତ ହେଲ୍‌ମେଟ୍‌ ପ୍ରାୟ ମିଳି ନଥାଏ।

ଭାରତରେ ବହୁ ସଂଖ୍ୟକ ମହିଳା ଦୁଇଚକିଆ ଯାନରେ ଯାତାୟାତ କରୁଥିବା ସତ୍ତ୍ବେ ମହିଳାଙ୍କ ଆବଶ୍ୟକତା, ସୁରକ୍ଷା ଓ ସୁବିଧାକୁ ଧ୍ୟାନରେ ରଖି ପ୍ରସ୍ତୁତ ହେଲ୍‌ମେଟ୍‌ ପ୍ରାୟ ମିଳି ନଥାଏ। ପୁରୁଷମାନଙ୍କ ହେଲ୍‌ମେଟ୍‌କୁ ନକଲ କରି ପ୍ରସ୍ତୁତ ଅନାବଶ୍ୟକ ଭାବେ ଭାରି, ପିନ୍ଧିବାକୁ ଅପ୍ରୀତିକର ତଥା ଭୁଲ୍ ଆକାର ଓ ଫିଟିଂ ବିଶିଷ୍ଟ ହେଲ୍‌ମେଟ୍‌ ଡିଜାଇନ୍‌ ବଜାରରେ ଉପଲବ୍ଧ ଥିବା ଲକ୍ଷ୍ୟ କରି ଏହି ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ଏକ ଷ୍ଟାର୍ଟଅପ୍‌ର ପରିକଳ୍ପନା କରିଥିଲେ ଅଳ୍ପନା ପରିଡ଼ା। ତାଙ୍କର ଏହି ଷ୍ଟାର୍ଟଅପ୍‌ର ନାମ ‘ତ୍ବରା’।

ଆଇଆଇଏମ୍‌ ଅହମ୍ମଦାବାଦରୁ ଉତ୍ତୀର୍ଣ୍ଣ ଅଳ୍ପନା ଜଣେ କର୍ପୋରେଟ୍‌ ପେସାଦାର ଭାବେ କ୍ୟାରିଅର ଆରମ୍ଭ କରିଥିଲେ। ତେବେ ବିବାହ ଓ ସନ୍ତାନ ଜନ୍ମ ପରେ ତାଙ୍କ ଜୀବନ ବଦଳିଯାଇଥିଲା। ଦୀର୍ଘ ପେସାଦାର ଅଭିଜ୍ଞତା ସତ୍ତ୍ବେ ମାତୃତ୍ବ ଲାଭ ପରେ ତାଙ୍କୁ ଚାକିରି ମିଳିଲା ନାହିଁ। ଜଣେ ବନ୍ଧୁଙ୍କ ସୌଜନ୍ୟରୁ ଗୋଟିଏ ଚାକିରି ମିଳିବା ପରେ ସେ ପୁଣି ସଫଳତାର ଶିଡ଼ି ଚଢ଼ିବାକୁ ଲାଗିଲେ ଏବଂ ବିଭିନ୍ନ କମ୍ପାନିରେ ଉଚ୍ଚ ପଦରେ କାମ କଲେ। କୋଭିଡ୍‌ ମହାମାରୀ ବେଳେ ସେ ଚାକିରି ଛାଡ଼ି ନିଜ ଷ୍ଟାର୍ଟଅପ୍‌ ‘ତ୍ବରା’ ଆରମ୍ଭ କଲେ। ସେ ମହିଳାମାନଙ୍କ ମୁଣ୍ଡର ଆକୃତି ଓ ଆକାରକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ହେଲ୍‌ମେଟ୍‌ ଡିଜାଇନ୍‌ କଲେ।

ସେଥିରେ ମହିଳାଙ୍କ କାନଫୁଲ ଓ କେଶ ପାଇଁ ବି ଜାଗା ରହିଲା। ସୁନ୍ଦର ଦେଖାଯିବା ପାଇଁ ‘ତ୍ବରା’ ହେଲ୍‌ମେଟ୍‌ର ସୁରକ୍ଷା ମାନଦଣ୍ଡ ସହିତ ସାଲିସ କରିନାହିଁ, ୪୫-ଡେନ୍‌ସିଟି ଇପିଏଫ୍‌ ଫୋମ୍‌ ଓ ପଲିକାର୍ବନେଟ୍‌ ଭଳି ସାମଗ୍ରୀ ବ୍ୟବହାର କରିଥାଏ। ଅଳ୍ପନାଙ୍କ କହନ୍ତି ଯେ ସେ ହେଲ୍‌ମେଟ୍‌ଗୁଡ଼ିକୁ ଅଧିକ ଉତ୍କୃଷ୍ଟ କରିବାକୁ ଚାହାନ୍ତି, ସୁଲଭ ନୁୁହେଁ। ତ୍ବରା ହେଲ୍‌ମେଟ୍‌ଗୁଡ଼ିକ ବିଭିନ୍ନ ଅନ୍‌ଲାଇନ୍‌ ମଞ୍ଚରେ ୨୦୦୦ରୁ ୩୦୦୦ ଟଙ୍କାରେ ବିକ୍ରି ହେଉଛି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ମହିଳା କ୍ରିକେଟ୍‌ ଦଳର ପ୍ରସିଦ୍ଧ ଖେଳାଳି ଜେମାଇମା ରୋଡ୍ରିଗେଜ୍‌ ପ୍ରଥମ ଥର ପାଇଁ ଏହି ବ୍ରାଣ୍ଡ୍‌ରେ ପୁଞ୍ଜି ନିବେଶ କରିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button