ବିଶେଷ

A village: ସ୍ବାମୀ-ସ୍ତ୍ରୀ’ଙ୍କୁ ନେଇ ଗୋଟିଏ ଗାଁ

ରାଜରାଜୁଡ଼ା ସମୟରୁ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ କଣ୍ଟାପାଲି ପଞ୍ଚାୟତର କଇଦନ୍ତା ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। କିନ୍ତୁ ଗ୍ରାମରେ ରହୁଛନ୍ତି କେବଳ ଗୋଟିଏ ପରିବାର। ସ୍ବାମୀ....

ଦେବଗଡ଼: ରାଜରାଜୁଡ଼ା ସମୟରୁ ଦେବଗଡ଼ଜିଲ୍ଲା ବାରକୋଟ ବ୍ଲକ୍ କଣ୍ଟାପାଲି ପଞ୍ଚାୟତର କଇଦନ୍ତା ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। କିନ୍ତୁ ଗ୍ରାମରେ ରହୁଛନ୍ତି କେବଳ ଗୋଟିଏ ପରିବାର। ସ୍ବାମୀ ଓ ସ୍ତ୍ରୀ। ରାଜାରାଜୁ଼ଡା ସମୟର ଏହି ଗାଁ। ଏଠାରେ ଦିନେ ଲୋକ ଥିଲେ। ହେଲେ ଭଲ ରାସ୍ତା ନଥିଲା କି ମୌଳିକ ସୁବିଧା ବି ପହଞ୍ଚିଲା ନାହିଁ। ବରଂ ବାରମ୍ବାର ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇ ପଡ଼ିଲେ। ଫଳରେ ଧୀରେ ଧୀରେ ସେମାନେ ସବୁ ଗାଁ ଛାଡ଼ି ପଳାଇଲେ। ପରବର୍ତ୍ତୀ ସମୟରେ ପରିବାର ସଂଖ୍ୟା ଖସିଆସି ୨ରେ ପହଞ୍ଚିଲା। ସମସ୍ତେ ଯିବା ପରେ ଏବେ ଅଛନ୍ତି ଦେବୀ ସିଂହ ଓ ତାଙ୍କ ପତ୍ନୀ। ଭିଟାମାଟିର ମୋହ ଛାଡ଼ି ନପାରି ଗାଁରେ ରହିଛନ୍ତି।

ଏହି ଦମ୍ପତି ଜଙ୍ଗଲଜାତ ଦ୍ରବ୍ୟ, ଗୋପାଳନ, ଦହି, ଲିଚୁ ଓ ଆମ୍ବ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଗ୍ରାମରେ ବିଦ୍ୟୁତ୍ ସେବା ନାହିଁ। ପ୍ରଶାସନ ପକ୍ଷରୁ ସୋଲାର ଲାଇଟ୍‌ ବ୍ୟବସ୍ଥା କରାଯାଇଛି। କିନ୍ତୁ ତାହା କେତେବେଳେ କାମ କରୁଛି ତ କେତେବେଳେ ଅଚଳ। ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ଯେଉଁ କୂଅ ରହିଛି, ତାହା ବି ଖରାଦିନେ ଶୁଖି ଯାଉଥିବାରୁ ପିଇବା ପାଣି ପାଇଁ ଏହି ଦମ୍ପତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାରିଆଡ଼େ ଜଙ୍ଗଲ ଥିବା ହେତୁ ଗାଁରେ ସବୁବେଳେ ହାତୀ ଉପଦ୍ରବ ଲାଗି ରହିଥାଏ। ବିଭିନ୍ନ ସମୟରେ ହାତୀ ତାଙ୍କ ଘର ମଧ୍ୟ ଭାଙ୍ଗି ଦେଉଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button