ମନୋରଞ୍ଜନ

Ajay Devgn Drishyam 3: ‘ଦୃଶ୍ୟମ୍-୩’ରେ ବିଜୟଙ୍କ ନୂଆ ଲଢ଼େଇ; ରହସ୍ୟ ଭେଦ କରିବାକୁ ପୁଲିସର ଜୋରଦାର ପ୍ରସ୍ତୁତି

ମୁମ୍ବାଇ ୧୦/୦୯: ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ୍-୩’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ଫିଲ୍ମର ଟ୍ରେଲର୍ ରିଲିଜ୍ ପରେ ଏହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। ‘ଦୃଶ୍ୟମ୍’ ଫ୍ରାଞ୍ଚାଇଜ୍‌ର ଏହି ତୃତୀୟ ଅଧ୍ୟାୟରେ ଅଜୟ ଦେବଗନ ପୁଣିଥରେ ବିଜୟ ସାଲଗାଓଁକର ଭୂମିକାରେ ନଜର ଆସିବେ। ଏଥର ମଧ୍ୟ ବିଜୟ ନିଜ ପରିବାରକୁ ଆଇନର ଜାଲରୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚାଲ୍ ଚଳାଉଥିବା ଦେଖିବାକୁ ମିଳିବ। ଫିଲ୍ମରେ ତବ୍ବୁ ଓ ଶ୍ରିୟା ସରଣ ମଧ୍ୟ ନିଜ ନିଜ ଭୂମିକାରେ ଫେରିଛନ୍ତି। ତେବେ ଏହି ଅଧ୍ୟାୟରେ ଅଭିନେତା ଜୟଦୀପ ଅହଲାୱତ ଓ ପ୍ରକାଶ ରାଜଙ୍କ ଏଣ୍ଟ୍ରି କାହାଣୀକୁ ଆହୁରି ରୋମାଞ୍ଚକର କରିଛି।

ପ୍ରାୟ ୨ ମିନିଟ୍ ୫୨ ସେକେଣ୍ଡର ଟ୍ରେଲର୍‌ରେ ଦେଖିବାକୁ ମିଳିଛି ଯେ, ମାମଲା ଏବେ କେବଳ ମସ୍ତିଷ୍କର ଖେଳ ହୋଇ ରହିନାହିଁ। ଏହା ବିଜୟ ଓ ପୁଲିସ ମଧ୍ୟରେ ଅସ୍ତିତ୍ୱର ଲଢ଼େଇରେ ପରିଣତ ହୋଇଛି। ଟ୍ରେଲର୍‌ରେ ଅଜୟଙ୍କ ଚରିତ୍ର କହୁଛି ଯେ ପୁଲିସ ପାଖରେ ତାଙ୍କ ବିରୋଧରେ ଠୋସ୍ ପ୍ରମାଣ ରହିଛି। ଅନ୍ୟପଟେ, ବିଜୟ ମଧ୍ୟ ନିଜ ପରିବାରକୁ ବଞ୍ଚାଇବା ପାଇଁ ପୁଣିଥରେ ନିଜ ବୁଦ୍ଧିର ପରୀକ୍ଷା ଦେବେ। ଜୟଦୀପ ଅହଲାୱତ ଫିଲ୍ମରେ କ୍ରାଇମ୍ ବ୍ରାଞ୍ଚ ଏସ୍‌ପି ଭୂମିକାରେ ନଜର ଆସିଛନ୍ତି। ସେ ବିଜୟଙ୍କୁ ହାଲୁକା ଭାବେ ନନେଇ ତାଙ୍କ ବୁଦ୍ଧି ଓ ଚାଲ୍ ବିଷୟରେ ଭଲ ଭାବେ ଅବଗତ ଥିବା ଟ୍ରେଲର୍‌ରୁ ସ୍ପଷ୍ଟ ହେଉଛି। ସେହିପରି ପ୍ରକାଶ ରାଜଙ୍କ ଚରିତ୍ର ମଧ୍ୟ ବିଜୟଙ୍କୁ ନେଇ ସତର୍କ ଥିବା ଦେଖାଯାଇଛି। ବିଜୟଙ୍କୁ ଉଦ୍ଦେଶ୍ୟ କରି ସେ କହୁଛନ୍ତି, ‘ସେ ନିରକ୍ଷର, କିନ୍ତୁ ମୂର୍ଖ ନୁହେଁ।’ ଏହି ସଂଳାପ ଫିଲ୍ମରେ ବିଜୟଙ୍କ ସାମ୍ନାରେ ଥିବା ଚ୍ୟାଲେଞ୍ଜକୁ ଆହୁରି ସ୍ପଷ୍ଟ କରୁଛି।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button