ଦେଶ ବିଦେଶ

Aadhaar app: ସ୍ମାର୍ଟଫୋନରେ ଆଧାର ଆପ୍ ପ୍ରି-ଇନଷ୍ଟଲ୍ ପ୍ରସ୍ତାବକୁ ଆପଲ୍ ଓ ସାମସଙ୍ଗର ବିରୋଧ

ଟେକ୍ କମ୍ପାନୀଗୁଡ଼ିକ ଏହାକୁ ନିରାପତ୍ତା, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଡାଟା ଲିକ୍ର ଆଶଙ୍କା ଦର୍ଶାଇ ପ୍ରତ୍ୟାଖ୍ୟାନ କରିଥିବା ବେଳେ ପ୍ରାଇଭେସି ବିଶେଷଜ୍ଞମାନେ ଏହାକୁ ସ୍ମାର୍ଟଫୋନ ବ୍ୟବହାର ଉପରେ ସରକାରୀ ନିୟନ୍ତ୍ରଣ ବଢ଼ାଇବାର ଏକ ପ୍ରୟାସ ବୋଲି ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସ୍ମାର୍ଟଫୋନରେ ଆଧାର ଆପକୁ ପୂର୍ବରୁ ହିଁ ଇନଷ୍ଟଲ୍ କରିବା ପାଇଁ ଦେଇଥିବା ଏକ ଗୋପନୀୟ ପ୍ରସ୍ତାବକୁ ଆପଲ୍, ସାମସଙ୍ଗ ଓ ଗୁଗଲ୍ ଭଳି ପ୍ରମୁଖ ଟେକ୍ ସଂସ୍ଥାଗୁଡ଼ିକ କଡ଼ା ବିରୋଧ କରିଛନ୍ତି, ଯାହାକୁ ନେଇ ସରକାର ଓ ବୈଷୟିକ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ବିବାଦ ତେଜିବାରେ ଲାଗିଛି।

ଆଇଟି ଶିଳ୍ପ ସଂସ୍ଥା ”ମାଏଟ୍” ପକ୍ଷରୁ ଜାରି ଚିଠି ଅନୁଯାୟୀ, ଗତ ଜାନୁଆରୀ ମାସରେ ‘ୟୁଆଇଡିଏଆଇ’ (ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ) ପକ୍ଷରୁ ଆଇଟି ମନ୍ତ୍ରଣାଳୟକୁ ଏହି ପ୍ରସ୍ତାବ ଦିଆଯାଇଥିଲା ଯେପରି ନୂତନ ସ୍ମାର୍ଟଫୋନଗୁଡ଼ିକରେ ଆଧାର ଆପ୍ ପୂର୍ବରୁ ଉପଲବ୍ଧ ରହିବ, ଯାହାଦ୍ୱାରା ନାଗରିକମାନେ ସହଜରେ ବାୟୋମେଟ୍ରିକ ସୁରକ୍ଷା ଓ ପ୍ରୋଫାଇଲ୍ ଅପଡେଟ୍ ଭଳି ସୁବିଧା ପାଇପାରିବେ।

ତେବେ ଟେକ୍ କମ୍ପାନୀଗୁଡ଼ିକ ଏହାକୁ ନିରାପତ୍ତା, ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଡାଟା ଲିକ୍ର ଆଶଙ୍କା ଦର୍ଶାଇ ପ୍ରତ୍ୟାଖ୍ୟାନ କରିଥିବା ବେଳେ ପ୍ରାଇଭେସି ବିଶେଷଜ୍ଞମାନେ ଏହାକୁ ସ୍ମାର୍ଟଫୋନ ବ୍ୟବହାର ଉପରେ ସରକାରୀ ନିୟନ୍ତ୍ରଣ ବଢ଼ାଇବାର ଏକ ପ୍ରୟାସ ବୋଲି ସମାଲୋଚନା କରିଛନ୍ତି। ଭାରତ ସରକାରଙ୍କ ଏହି ପଦକ୍ଷେପ ସ୍ମାର୍ଟଫୋନ ବଜାରରେ ଏକ ନୂଆ ବିତର୍କ ସୃଷ୍ଟି କରିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button