ଜାତୀୟବାଣିଜ୍ୟ

Oil Price: ୧୦ ଦିନ ମଧ୍ୟରେ ତୃତୀୟ ଥର ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତରେ ସାଧାରଣ ଲୋକଙ୍କ ଉପରେ ମୁଦ୍ରାସ୍ଫୀତିର ବୋଝ ବଢ଼ି ଚାଲିଛି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଶନିବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୭ ପଇସା ଏବଂ ଡିଜେଲ ୯୧ ପଇସା ବୃଦ୍ଧି ପାଇଛି।

ଗତ ୧୦ ଦିନ ମଧ୍ୟରେ ଏହା ତୃତୀୟ ବୃଦ୍ଧି। ପୂର୍ବରୁ ମେ  ୧୫ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଥିଲା। ତା’ପରେ ମେ  ୧୯ ତାରିଖରେ ପେଟ୍ରୋଲ ୮୭ ପଇସା ଏବଂ ଡିଜେଲ ୯୧ ପଇସା ମହଙ୍ଗା ହୋଇଥିଲା। ଏହିପରି ଗତ ୧୦ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୋଟ ୫ଟଙ୍କା ମହଙ୍ଗା ହୋଇଛି।

ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ୮୭ ପଇସା ବୃଦ୍ଧି ପାଇ ୯୮.୬୪ ଟଙ୍କା ପ୍ରତି ଲିଟରରୁ ୯୯.୫୧ ଟଙ୍କା ପ୍ରତି ଲିଟର ହୋଇଛି। ଡିଜେଲ ମୂଲ୍ୟ ୯୧ ଟଙ୍କା ବୃଦ୍ଧି ପାଇଁ ୯୧.୫୮ ଟଙ୍କା ପ୍ରତି ଲିଟରରୁ ୯୨.୪୯ ଟଙ୍କା ବୃଦ୍ଧି ପାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button