ରାଜ୍ୟ

Accident: ଡିଭାଇଡରରେ ଧକ୍କା ହୋଇ ଜଳିଗଲା ଟ୍ରକ

ଡିଭାଇଡରରେ ଧକ୍କା ହୋଇ ଓଲଟିପଡିଲା ଟ୍ରକ | ଆଉ ଦେଖୁଦେଖୁ ନିଆଁ ଲାଗିଗଲା | ସୋନପୁର -ଵିନିକା ମୁଖ୍ୟ ରାସ୍ତାରେ ବିଳମ୍ବିତ ରାତିରେ ଏକ ଦାନା ବୋଝେଇ ଟ୍ରକ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡି ଦୁର୍ଘଟଣା ଘଟିଥିଲା

ବିନିକା: ଡିଭାଇଡରରେ ଧକ୍କା ହୋଇ ଓଲଟିପଡିଲା ଟ୍ରକ | ଆଉ ଦେଖୁଦେଖୁ ନିଆଁ ଲାଗିଗଲା | ସୋନପୁର -ଵିନିକା ମୁଖ୍ୟ ରାସ୍ତାରେ ବିଳମ୍ବିତ ରାତିରେ ଏକ ଦାନା ବୋଝେଇ ଟ୍ରକ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା |

ଏନେଇ ଜଣାପଡିବା ପରେ ବିନିକା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକଟି ସୋନପୁରରୁ ବରଗଡକୁ ଯାଉଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ତେବେ ଟ୍ରକ ଓଲଟି ପଡିବା ଯୋଗୁଁ ରାସ୍ତା ଉପରେ ଦାନା ଵସ୍ତା ପଡ଼ିଯାଇଥିଲା। ଯାହା ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button