Accident: ତିନି ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍; ପୁଅ ମୃତ, ଦଂପତି ଗୁରୁତର
ସଡ଼କର ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ଦଂପତି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୟୂରଭଂଜରୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ବର ଯିବା ବେଳେ ଭଦ୍ରକର ଡାହାଣୀଗଡ଼ିଆ ଛକ ନିକଟରେ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଛି।

ଭଦ୍ରକ (ହରିହର ନାୟକ): ସଡ଼କର ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ଦଂପତି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୟୂରଭଂଜରୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଭୁବନେଶ୍ବର ଯିବା ବେଳେ ଭଦ୍ରକର ଡାହାଣୀଗଡ଼ିଆ ଛକ ନିକଟରେ ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଛି। ମୃତ ଶିଶୁପୁତ୍ର ହେଲା ଆକାଶ ଜେନା। ଗୁରୁତର ଦଂପତି ହେଲେ ରଜତ ଜେନା ଏବଂ ମିଲି ସିଂ।
ସୂଚନା ଅନୁସାରେ ରଜନ ଜେନା ଆଜି ସକାଳୁ ନିଜ ସ୍ତ୍ରୀ ମିଲି ଏବଂ ପୁଅ ଆକାଶଙ୍କୁ ନେଇ ମୟୂରଭଂଜରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ। ସେ ଅପରାହ୍ଣରେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଆଗକୁ ବଢୁଥିଲେ। ଏହି ସମୟରେ ସେ ଭଦ୍ରକ ଜିଲ୍ଲାର ଡାହାଣୀଗଡ଼ିଆ ଛକରେ ଏକ ଦୁର୍ଘଟଣାର ସାମ୍ନା କରିଥିଲେ। ବାଇକ ଆରୋହୀ ୩ଜଣଙ୍କୁ ଏକ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେଇଥିଲା। ଫଳରେ ବାଇକ୍ ସହିତ ଦଂପତି ଏବଂ ସେମାନଙ୍କର ପୁଅ ପୋଲ ତଳକୁ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ଭଦ୍ରକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଗୁରୁତର ଦପତିଙ୍କର ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତକରୁଛି। ଅନ୍ୟପଟରେ ୧୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଘଟୁଥିବା ଦୁର୍ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି।
ସୌଜନ୍ୟ ସମ୍ବାଦ




