ରାଜ୍ୟ

Accident: ନାଳରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ

ପ୍ରବଳ ବର୍ଷାରେ ଫୁଲିଉଠିଛି କେନ୍ଦୁଝର ଜିଲ୍ଲାର ବିଭିନ୍ନ ନଦୀନାଳ। ବଡ଼ବିଲ ଥାନା ଅଞ୍ଚଳର ରାଇକା ନାଳ ଓ ଠାକୁରାଣୀ ନାଳରେ ଭାସିଯାଇ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଇକା ଗ୍ରାମର ସୁକୁମାର ମୁଣ୍ଡା (୪୦) ଓ ବୁରୁହଟିଂର ଜିତେନ ସାମନ୍ତ (୪୨)।

ବଡ଼ବିଲ: ପ୍ରବଳ ବର୍ଷାରେ ଫୁଲିଉଠିଛି କେନ୍ଦୁଝର ଜିଲ୍ଲାର ବିଭିନ୍ନ ନଦୀନାଳ। ବଡ଼ବିଲ ଥାନା ଅଞ୍ଚଳର ରାଇକା ନାଳ ଓ ଠାକୁରାଣୀ ନାଳରେ ଭାସିଯାଇ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଇକା ଗ୍ରାମର ସୁକୁମାର ମୁଣ୍ଡା (୪୦) ଓ ବୁରୁହଟିଂର ଜିତେନ ସାମନ୍ତ (୪୨)। ଆଜି ବଡ଼ବିଲ ପୁଲିସ ଓ ଅଗ୍ନିଶମ ବାହିନୀ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି।

ଗତକାଲି ଲଘୁଚାପ ପ୍ରଭାବ‌ରେ ବଡ଼ବିଲ ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବିଭିନ୍ନ ନଦୀନାଳରେ ବର୍ଷାଜଳ ପ୍ରବାହିତ ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରାଇକା ଗ୍ରାମର ମହିଳା ସୁକୁମାର ମୁଣ୍ଡା କୌଣସି କାମରେ ଘରୁ ବାହାରି ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳିନଥିଲା। ଆଜି ସକାଳେ ଗାଁ ପାଖ ରାଇକା ନାଳରେ ତାଙ୍କ ମୃତଦେହ ଭାସୁଥିଲା। ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ବୁରୁହଟିଂ ଅଞ୍ଚଳର ଜିତେନ ସାମନ୍ତ ଗତକାଲି ଅପରାହ୍‌ଣରେ ଘରକୁ ଫେରିବା ସମୟରେ ଠାକୁରାଣୀ ନାଳରେ ଭାସି ଯାଇଥିଲେ। ଆଜି ସକାଳେ ନାଳରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନେଇ ବଡ଼ବିଲ ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button