ରାଜ୍ୟ

Accident: ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର

ବାଇକ୍ ରେ ଥିବା ସ୍ବାମୀ, ସ୍ତ୍ରୀ ଓ ୩ ବର୍ଷର ପୁଅ ପାଣିରେ ପଡ଼ିଯାଇଥିଲେ। ବାପ ପୁଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା ବେଳେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ବରୀ(ସଂଜୟ କୁମାର ବେହେରା): ବରୀ-କୁଆଖିଆ ମୁଖ୍ୟ ରାସ୍ତାର ଶିବାଛକରୁ  ଇନ୍ଦାରୋଇକୁ ସଂଯୋଗ କରୁଥିବା ସେତୁ ଉପରୁ ବାଇକ୍ ଖସିପଡ଼ି ରବିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବାଇକ୍ ରେ ଥିବା ସ୍ବାମୀ, ସ୍ତ୍ରୀ ଓ ୩ ବର୍ଷର ପୁଅ ପାଣିରେ ପଡ଼ିଯାଇଥିଲେ। ବାପ ପୁଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲା ବେଳେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଶିବାଛକରେ ସତ୍ୟଫେସନ ଡ୍ରେସ ହାଉସ କରିଥିବା ରୁଦ୍ରପୁର ଗ୍ରାମର ସତ୍ୟବ୍ରତ ଓଝା ତାଙ୍କ ସ୍ତ୍ରୀ ସଂଧ୍ୟାରାଣୀ ଓଝା ଓ ୩ ବର୍ଷର ପୁଅକୁ ବସାଇ ରାତି ପ୍ରାୟ ୧୧ ଟା ପାଖାପାଖି ସମୟରେ ଘରକୁ ଫେରୁଥିଲା ବେଳେ ଏହି ଅଘଟଣ ଘଟିଛି। ଛକ ପାଖରୁ ମାତ୍ର ୧୦୦ରୁ ୧୫୦ ମିଟର ଦୂରରେ ଥିବା ଏହି ସେତୁର ଉଭୟ ପାର୍ଶ୍ବରେ ବାଡ଼ା ନାହିଁ। ଦୁଇ ପଟ ଭରପୁର ପାଣି, ସେତୁର ଦୁଇ ପାର୍ଶ୍ବ ରାସ୍ତା ଅତ୍ୟନ୍ତ ଶୋଚନୀୟ ସ୍ଥିତି। ବିଳମ୍ବିତ ରାତରେ ବାଇକ୍ ରେ ଫେରୁଥିଲା ବେଳେ ଭାରସାମ୍ୟ ହରାଇ ସେତୁରୁ ପାଣିରେ ପଡ଼ିଯାଇଥିଲେ।

ଲୋକମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ

ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ମାତ୍ର ବାପ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବେଳେ ସ୍ତ୍ରୀ ସଂଧ୍ୟାରାଣୀଙ୍କର ମୃତ୍ୟୁ ହୋଇଯାଇଥିଲା। ତୁରନ୍ତ ତିନି ଜଣଙ୍କୁ ଯାଜପୁର ମେଡ଼ିକାଲ ପଠାଯାଇଥିଲା। ସେଠାରେ ଡାକ୍ତର ସଂଧ୍ୟାରାଣୀଙ୍କୁ ମୃତ ଘୋଷଣା କରିଥିିଲା ବେଳେ ବାପ ପୁଅ ସେଠାରେ ଚକିତ୍ସିତ ହେଉଥିବା ଜଣାପଡ଼ିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button