ଦେଶ ବିଦେଶ

Accident: ଭୟଙ୍କର ଦୁର୍ଘଟଣା ନେଲା ୮ଜଣଙ୍କର ଜୀବନ

ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଶନିବାର ସକାଳେ ଭୟଙ୍କର ଦୁର୍ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶରୁ ଯାତ୍ରୀମାନଙ୍କୁ ନେଇ ଜୟପୁର ଯାଉଥିବା ଏକ ଯାତ୍ରୀ ଗାଡ଼ି ସିମିଲିଆ ପୁଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

କୋଟା: ରାଜସ୍ଥାନର କୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଶନିବାର ସକାଳେ ଭୟଙ୍କର ଦୁର୍ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶରୁ ଯାତ୍ରୀମାନଙ୍କୁ ନେଇ ଜୟପୁର ଯାଉଥିବା ଏକ ଯାତ୍ରୀ ଗାଡ଼ି ସିମିଲିଆ ପୁଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନିୟନ୍ତ୍ରଣ ହରାଇ ଗାଡିଟି ଡିଭାଇଡର ଭାଙ୍ଗି ପ୍ରାୟ ୨୦ ଫୁଟ ତଳେ ଥିବା ଏକ ଷ୍ଟର୍ମ ଡ୍ରେନ୍ ଭିତରକୁ ଖସିପଡ଼ିଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସକାଳ ପ୍ରାୟ ୭ଟା ସମୟରେ କରାଡିଆ ଟୋଲ୍ ପ୍ଲାଜା ପାର ହେବା ପରେ ସୁଲତାନପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ ଯାତ୍ରା ସମୟରେ ନିଦ ଲାଗିବା ଯୋଗୁଁ ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଉଛି। ଦ୍ରୁତ ଗତି ଯୋଗୁଁ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଏବଂ ଯାତ୍ରୀ ସିଧାସଳଖ ଏକ କଲଭର୍ଟରେ ଖସି ପଡ଼ିଥିଲେ। ଧକ୍କା ଏତେ ତୀବ୍ର ଥିଲା ଯେ ଗାଡ଼ିର ସମ୍ମୁଖ ଭାଗ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button