ଦେଶ ବିଦେଶ

Accident: ମଧ୍ୟପ୍ରଦେଶରେ ବସ୍‌-ଭ୍ୟାନ୍‌ ଧକ୍କା, ୫ ମୃତ

ଭୋପାଳ: ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋହଦ ଚୌରହା ଥାନା ଅଧୀନସ୍ଥ ଚିମକା ଗ୍ରାମ ନିକଟରେ ଜାତୀୟ ରାଜପଥ ୭୧୯ରେ ଆଜି ଭୋର୍‌ ପ୍ରାୟ ୨.୩୦ରେ ଏହି ଦୁର୍ଘଟଣା ହୋଇଛି। ଏକ ବସ୍‌ ଏକ ଭ୍ୟାନ୍‌କୁ ଧକ୍କା ‌ଦେବା ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ୬ ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ଗ୍ବାଲିଅର ପଠାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଦୁର୍ଘଟଣାର ପ୍ରଭାବ ଫଳରେ ଭ୍ୟାନ୍‌ଟି ସମ୍ପୂର୍ଣ୍ଣ ଚେପା ହୋଇଥିଲା। ସ୍ଥାନୀୟ ଲୋକମାନେ ଉଦ୍ଧାର ଅପରେସନ୍‌ ଆରମ୍ଭ କରିବାପରେ ପୁଲିସରେ ଖବର ଦେଇଥିଲେ। ଭ୍ୟାନ୍‌ରେ ଥିବା ବ୍ୟକ୍ତିମାନେ ଭିଣ୍ଡ୍‌ରୁ ଗ୍ବାଲିୟର ଯାଉଥିଲେ। ଅନ୍ୟପକ୍ଷେ ବସ୍‌ଟି ସହରରେ ଏକ ବିବାହ ଉତ୍ସବରେ ଲୋକଙ୍କୁ ଛାଡ଼ି ଫେରୁଥିଲା। ତେବେ ବସ୍‌ରେ କୌଣସି ଜଣେ ହେଲେ ଯାତ୍ରୀ ନଥିଲେ। ପ୍ରାଥମିକ ତଦନ୍ତ ଅନୁଯାୟୀ ଦ୍ରୁତ ଚାଳନା ଦୁର୍ଘଟଣାର ପ୍ରମୁଖ କାରଣ। ଘଟଣାପରେ ରାଜପଥରେ କିଛି ସମୟ ପାଇଁ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button