ଦେଶ ବିଦେଶ

Accident: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମହାରାଷ୍ଟ୍ରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମହାରାଷ୍ଟ୍ରର ୱାର୍ଧା ଜିଲ୍ଲାରେ ଏକ କଣ୍ଟେନର ଟ୍ରକ୍‌ ଏକ କାର୍‌କୁ ଧକ୍କା ଦେବା ସହ ତା’ ଉପରେ ଓଲଟିପଡ଼ିବା ଫଳରେ ୨ଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଥିଲା।

ମୁମ୍ବାଇ: ମହାରାଷ୍ଟ୍ରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମହାରାଷ୍ଟ୍ରର ୱାର୍ଧା ଜିଲ୍ଲାରେ ଏକ କଣ୍ଟେନର ଟ୍ରକ୍‌ ଏକ କାର୍‌କୁ ଧକ୍କା ଦେବା ସହ ତା’ ଉପରେ ଓଲଟିପଡ଼ିବା ଫଳରେ ୨ଟି ଯାକ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଏହି ଘଟଣାରେ କାର୍‌ରେ ଯାଉଥିବା ସମସ୍ତ ୪ ଜଣ ଏବଂ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୁମ୍ବାଇରୁ ନାଗପୁରକୁ ଯୋଡ଼ୁଥିବା ୬ ଥାକିଆ ଏକ୍ସପ୍ରେସ୍‌ୱେ ସମୃଦ୍ଧି ମହାମାର୍ଗରେ ଆଜି ଏହି ଦୁର୍ଘଟଣା ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ ଏକ ଇଥାନଲ୍‌ ବୋଝେଇ ଟ୍ରକ୍‌ ଓଲଟି ପଡ଼ିବା ଫଳରେ ରାସ୍ତା ବନ୍ଦ ରହି ଟ୍ରାଫିକ୍‌ ଜାମ୍‌ ସମସ୍ୟା ଉପୁଜିଥିଲା। ଏହି ସମୟରେ ପୁଣେରୁ ୱାର୍ଧା ଯାଉଥିବା ଏକ କାର୍‌କୁ ଏକ ଲଙ୍କା ବୋଝେଇ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। କାର୍‌ଟି ଟ୍ରକ୍‌ ତଳେ ଚାପି ହୋଇଯାଇଥିଲା ଏବଂ ୨ଟି ଯାକ ଗାଡ଼ି ଜଳି ଯାଇଥିଲା।

କାର୍‌ରେ ଥିବା ସମସ୍ତ ୪ ଜଣ ହେଉଛନ୍ତି ୱାର୍ଧାର ସଲୋଦ ବାସିନ୍ଦା। ସେମାନେ ସେମାନଙ୍କ ଝିଅର ଏମ୍‌ବିଏ ପାଠପଢ଼ା ପାଇଁ ତାକୁ ପୁଣେରେ ଛାଡ଼ି ଫେରୁଥିବାବେଳେ ବାଟରେ ଏହି ଦୁର୍ଘଟଣା ହୋଇଛି। ମୃତକମାନେ ହେଉଛନ୍ତି ରାଜେଶ ଟିପଲେ, ତାଙ୍କ ପତ୍ନୀ ସୁଷମା ସିଟଲେ, ସେମାନଙ୍କ ଝିଅ ଜାହ୍ନବୀ ଓ ଡ୍ରାଇଭର ଅଙ୍କୁଶ ରାଉତ। ଅନ୍ୟ ୨ ଜଣ ମୃତକ ହେଉଛନ୍ତି ଟ୍ରକ୍‌ ଡ୍ରାଇଭର ସଞ୍ଜୟ କୁମାର ଓ କ୍ଲିନର ସମରଜିତ ପାଲ୍‌। ଖବର ପାଇ ରାଜପଥ ସୁରକ୍ଷା ପାଟ୍ରୋଲ, ୱାର୍ଧା ପୁଲିସ, ଅଗ୍ନି ନିର୍ବାପକ ଦଳ ଓ ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ ସମୃଦ୍ଧି ଏକ୍ସପ୍ରେସ୍‌ୱେରେ ୨୦୨୫‌ରେ ୧୮୫ଟି ସଡ଼କ ଦୁର୍ଘଟଣା ହୋଇଛି। ୨୦୨୪ ତୁଳନାରେ ଦୁର୍ଘଟଣା ଏଠାରେ ୩୫ ପ୍ରତିଶତ ବଢ଼ିଛି।
ସୌଜନ୍ୟ ସମ୍ବାଦ
Show More

Leave a Reply

Your email address will not be published. Required fields are marked *

Back to top button