ମନୋରଞ୍ଜନ

‘ଦିନକୁ ୨ ଥର ଖାଆନ୍ତି, ୧୦ ଘଣ୍ଟା ଶୁଅନ୍ତି’: ୫୦ ବର୍ଷରେ ଏପରି ଫିଟ୍ ରୁହନ୍ତି ଅକ୍ଷୟ ଖାନ୍ନା

ନୂଆଦିଲ୍ଲୀ ୦୯।୦୧; “ଧୁରନ୍ଧର” ଫିଲ୍ମ ରିଲିଜ୍ ହେବା ପରଠୁ ଅକ୍ଷୟ ଖାନ୍ନା ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ରେହମାନ ଡୈଏତ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଏହା ପରଠୁ ସେ ଖୁବ୍‌ ଲାଇମ୍ ଲାଇଟ୍‌କୁ ଆସିଛନ୍ତି। ତାଙ୍କର ଦକ୍ଷ ଅଭିନୟ ସହିତ,ତାଙ୍କର ଫିଟନେସ୍ ମଧ୍ୟ ଲୋକମାନଙ୍କୁ ପାଗଳ କରିଛି। ଏହି ୫୦ ବର୍ଷୀୟ ଅକ୍ଷୟ ଖାନ୍ନା ତାଙ୍କର ଫିଟନେସ୍ ରାଜର ଖୁଲାସା କରିବା ସହ ଅଭିନେତା ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ ମଧ୍ୟ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ତେବେ ଆସନ୍ତୁ ଜାଣିବା “ଧୁରନ୍ଧରର ରେହମାନ ଡୈକଏତ” ତାଙ୍କ ଦିନ କିପରି ବିତାନ୍ତି।

ଅକ୍ଷୟ ଖାନ୍ନାଙ୍କ ଡାଏଟ୍ ପ୍ଲାନ୍ କଣ ?

ଏକ ସାକ୍ଷାତକାରରେ ଅକ୍ଷୟ ନିଜ ଫିଟନେସ୍‌ ବିଷୟରେ ସେୟାର କରିଥିଲେ । ଅକ୍ଷୟ କହିଥିଲେ ସେ ଦିନକୁ କେବଳ ଦୁଇଥର ଖାଆନ୍ତି। ସେ କେବେ ବ୍ରେକ୍‌ଫାଷ୍ଟ କରନ୍ତିନି। କହିଥିଲେ ମୁଁ ସିଧାସଳଖ ଲଞ୍ଚ କରେ ତା’ପରେ ରାତିରେ ଡିନର। ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ମଧ୍ୟରେ କିଛି ଖାଏ ନାହିଁ, ଏପରିକି ସାଣ୍ଡୱିଚ୍ କିମ୍ବା ବିସ୍କୁଟ୍ ମଧ୍ୟ ନୁହେଁ।ସେ ତାଙ୍କ ଖାଦ୍ୟ ପ୍ରତି ବହୁତ ସତର୍କ, କିନ୍ତୁ ସେ କେବେବି ତାଙ୍କର ସନ୍ଧ୍ୟା ଚା’କୁ ହାତଛଡ଼ା କରନ୍ତି ନାହିଁ। ଅଭିନେତା କହିଥିଲେ, “ମୁଁ ସନ୍ଧ୍ୟାରେ କେବଳ ଗୋଟିଏ କପ୍ ଚା ପିଏ, ଏବଂ ଏତିକି ହିଁ ଯଥେଷ୍ଟ।”

ଅକ୍ଷୟ ତାଙ୍କ ଖାଦ୍ୟରେ ଏହି ଜିନିଷ ଖାଆନ୍ତି

ଅକ୍ଷୟ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ କୌଣସି ଫ୍ୟାନ୍ସି ଖାଦ୍ୟ ଖାଆନ୍ତି ନାହିଁ, ବରଂ ତାଙ୍କର ଖାଦ୍ୟ ସରଳ ଏବଂ ସନ୍ତୁଳିତ ରଖନ୍ତି । ଖାଦ୍ୟରେ ସେ ସାଧାରଣତଃ ମସୁର ଡାଲି ଏବଂ ଭାତ, ପନିପରିବା, ଚିକେନ୍, ମାଛ କିମ୍ବା ନିରାମିଷ ଖାଦ୍ୟ ସହିତ ଖାଆନ୍ତି। ସାଧାରଣତଃ ରାତିରେ କିଛି ପନିପରିବା ଏବଂ ଚିକେନ୍ ଡିସ୍ ସହିତ ରୁଟି ଖାଇ ଥାଆନ୍ତି। ସୁଟିଂ ସମୟରେ ମଧ୍ୟ ତାଙ୍କର ଖାଦ୍ୟ ସମାନ ରହିଥାଏ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଯାହା ବି ହେଉନା କାହିଁକି କି ସେ ପୂରା ୧୦ ଘଣ୍ଟା ଶୋଇଥାନ୍ତି।

ସୌଜନ୍ୟ Prameya News7

Leave a Reply

Your email address will not be published. Required fields are marked *

Back to top button