Accident News: ରଙ୍ଗ ରୁଟ୍‌ରେ ଆସୁଥିଲା ଟ୍ରେଲର, ସାମ୍ନା ପଟୁ ପିଟିଲା ବସ୍, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

ରାଉରକେଲା ୨୯।୦୪ : ରାଉରକେଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍ ସହ ଟ୍ରେଲର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଟ୍ରେଲର ଡ୍ରାଇଭର ବସ ଡ୍ରାଇଭର ,ବସ କଣ୍ଡକ୍ଟର ସହ ବସ ହେଲପରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ ଟାରେ ପ୍ରମିଳା ନାମକ ଘରୋଇ ଯାତ୍ରୀବାହୀ ବସ୍ ଯାଜପୁର ଅଭିମୁଖେ ଯାଉଥିଲା। ବଣାଇ ପୂର୍ବରୁ ଚାନ୍ଦିପୋଷ ଥାନା ୧୪୩ ନମ୍ବର ଜାତୀୟ ରାଜପଥ ମୁସାବିରା ନିକଟରେ ରାସ୍ତା ଖରାପ ଥିବାରୁ ବସ ଚାଳକ ରଙ୍ଗ ରୁଟରେ ବସ୍ ନେଉଥିଲେ। ସାମ୍ନାପଟୁ ଆସୁଥିବା ଟ୍ରେଲର ଓ ବସ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ବସ କଣ୍ଡକ୍ଟର ବସ୍ ହେଲପରଙ୍କ ମୃତ୍ୟୁ ହୋଇଛି।

ସେହିପରି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ଯରୁ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବଣାଇ ଅଗ୍ନିଶମ ଟିମ୍ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ମୃତାହତଙ୍କୁ ଉଦ୍ଧାର କରାଯାଇଥିଲା। ୪ ଜଣଙ୍କ ମୃତଦେହ ବଣାଇ ଡାକ୍ତରଖାନା ଶବ ଗୃହରେ ରଖାଯାଇଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ସୌଜନ୍ୟ Prameya News7