ଦେଶ ବିଦେଶ

Advisory issued for Indians: ଏୟାରସ୍ପେସ୍ ବନ୍ଦ, ବିମାନବନ୍ଦର ଯାଆନ୍ତୁ ନାହିଁ; କତାରରେ ଫସି ରହିଥିବା ଭାରତୀୟଙ୍କ ପାଇଁ ପରାମର୍ଶବଳୀ ଜାରି

ଇରାନର ସର୍ବୋର୍ଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏମଧ୍ୟରେ ଦୋହାରେ ଥିବା ଭାରତୀୟ ଦୂତାବାସ କତାରରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ପରାମର୍ଶବଳୀ ଜାରି କରିଛି।

ଦୋହାଇରାନର ସର୍ବୋର୍ଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ହତ୍ୟା ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଇରାନ ପକ୍ଷରୁ କୁଏତ, ସାଉଦି ଆରବ, ୟୁଏଇ ଏବଂ ବାହାରିନ ସମେତ ଅନେକ ଉପସାଗରୀୟ ଦେଶରେ ଆମେରିକୀୟ ସାମରିକ ଘାଟି ଏବଂ କିଛି ବେସାମରିକ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି, ଅଧିକାଂଶ ଉପସାଗରୀୟ ଦେଶ ସତର୍କତାମୂଳକ ଭାବରେ ବିମାନ ଉଡ଼ାଣକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛନ୍ତି।

ଭାରତୀୟମାନଙ୍କ ପାଇଁ ପରାମର୍ଶବଳୀ ଜାରି

ସଙ୍କଟ ଜନକ ପରିସ୍ଥିତି ଯୋଗୁ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ବହୁ ସଂଖ୍ୟକ ଭାରତୀୟ ନାଗରିକ ଫସି ରହିଛନ୍ତି। ଏହି ସମୟରେ, ଦୋହାରେ ଥିବା ଭାରତୀୟ ଦୂତାବାସ କତାରରେ ରହୁଥିବା ଭାରତୀୟମାନଙ୍କ ପାଇଁ ଏକ ପରାମର୍ଶବଳୀ ଜାରି କରିଛି। ଇସ୍ରାଏଲ-ଇରାନ ଉତ୍ତେଜନା ମଧ୍ୟରେ ଜାରି କରାଯାଇଥିବା ଏହି ପରାମର୍ଶବଳୀ ସୁରକ୍ଷା ମାର୍ଗଦର୍ଶିକା ପ୍ରଦାନ କରିଛି।

ଦୋହାରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟଙ୍କୁ କତାର ସରକାରଙ୍କ ଦ୍ୱାରା ସରକାରୀ ଚ୍ୟାନେଲ ମାଧ୍ୟମରେ ଜାରି କରାଯାଇଥିବା ସୂଚନା ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ନିବେଦନ କରିଛି। ଲୋକମାନଙ୍କୁ କେବଳ ଯାଞ୍ଚ୍ କରାଯାଇଥିବା ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ, କେବଳ ଅତ୍ୟନ୍ତ ଆବଶ୍ୟକ ହେଲେ ଘରୁ ବାହାରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଏହି ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରାଯାଇଛି।

ଦୂତାବାସ ଏହା ମଧ୍ୟ ସୂଚନା ଦେଇଛି ଯେ, ବିମାନ ଉଡ଼ାଣ ବନ୍ଦ ଥିବା ସମ୍ପର୍କରେ କତାର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି। ହମାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିଛି। ବିମାନ ବନ୍ଦରକୁ ସୁରକ୍ଷିତ ଘୋଷଣା କରାଯିବା ପରେ ହିଁ ବିମାନ ସେବା ପୁନର୍ବାର ଆରମ୍ଭ ହେବ। ଯାତ୍ରୀମାନଙ୍କୁ ବର୍ତ୍ତମାନ ପାଇଁ ବିମାନବନ୍ଦରକୁ ନଯିବାକୁ ତଥା ସଦ୍ୟତମ ସୂଚନା ପାଇଁ ସିଧାସଳଖ ସମ୍ପୃକ୍ତ ବିମାନ କମ୍ପାନି ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button