ଦେଶ ବିଦେଶ
AI Torpedo: ବୁଡ଼ାଜାହାଜରୁ କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଗୋଟିଏ ଦିନ ପରେ ଏଆଇ-ନିୟନ୍ତ୍ରିତ ଟର୍ପେଡୋ ଜାମ୍ ୨.୦ ସଫଳ ପରୀକ୍ଷଣ କଲା ଉତ୍ତର କୋରିଆ
ଉତ୍ତର କୋରିଆ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ନିୟନ୍ତ୍ରିତ ଏକ ନୂତନ ଟର୍ପେଡୋ ପରୀକ୍ଷଣ କରିଥିବା ଦାବି କରିଛି। ଜାମ୍ ୨.୦ନାମକ ଏହି ଟର୍ପେଡୋ ସ୍ବୟଂଚଳିତ ଭାବେ ଲକ୍ଷ୍ୟ ଚିହ୍ନଟ ଏବଂ ନେଭିଗେଟ୍ କରିବାକୁ ସକ୍ଷମ।

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ନିୟନ୍ତ୍ରିତ ଏକ ନୂତନ ଟର୍ପେଡୋ ପରୀକ୍ଷଣ କରିଥିବା ଦାବି କରିଛି। ଜାମ୍ ୨.୦ନାମକ ଏହି ଟର୍ପେଡୋ ସ୍ବୟଂଚଳିତ ଭାବେ ଲକ୍ଷ୍ୟ ଚିହ୍ନଟ ଏବଂ ନେଭିଗେଟ୍ କରିବାକୁ ସକ୍ଷମ। ଏହି ଉଚ୍ଚ-ଗତି ଏବଂ ସଠିକ୍ ଟର୍ପେଡୋ ପାଣି ତଳେ ପରୀକ୍ଷଣ କରାଯାଇଛି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସି କେସିଏନଏ ରିପୋର୍ଟ କରିଛି ଯେ, ପରୀକ୍ଷଣ ସଫଳ ହୋଇଛି।
ସୌଜନ୍ୟ ସମ୍ବାଦ




