ଦେଶ ବିଦେଶ

Air India alert: ଆମେରିକାରେ ଭୟଙ୍କର ଶୀତକାଳୀନ ତୁଷାର ଝଡ଼ ସମ୍ଭାବନା: ନ୍ୟୁୟର୍କ ଓ ନ୍ୟୁଆର୍କକୁ ସୋମବାର ପାଇଁ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ଆମେରିକାରେ ଭୟଙ୍କର ଶୀତକାଳୀନ ଝଡ଼, ପ୍ରବଳ ତୁଷାରପାତ ନେଇ ପୂର୍ବାନୁମାନ ପରେ ଏୟାର ଇଣ୍ଡିଆ ସୋମବାର ପାଇଁ ନ୍ୟୁୟର୍କ, ନ୍ୟୁଆର୍କ ପାଇଁ ବିମାନ ଉଡ଼ାଣ ବାତିଲ କରିଛି। ଏୟାରଲାଇନ୍ସ ପକ୍ଷରୁ ଜାରି ଏକ ବିବୃତିରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି

ନୂଆଦିଲ୍ଲୀ: ଆମେରିକାରେ ଭୟଙ୍କର ଶୀତକାଳୀନ ଝଡ଼, ପ୍ରବଳ ତୁଷାରପାତ ନେଇ ପୂର୍ବାନୁମାନ ପରେ ଏୟାର ଇଣ୍ଡିଆ ସୋମବାର ପାଇଁ ନ୍ୟୁୟର୍କ, ନ୍ୟୁଆର୍କ ପାଇଁ ବିମାନ ଉଡ଼ାଣ ବାତିଲ କରିଛି। ଏୟାରଲାଇନ୍ସ ପକ୍ଷରୁ ଜାରି ଏକ ବିବୃତିରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଫେବ୍ରୁଆରି ୨୨ ଓ ୨୩ ତାରିଖରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି ଓ ଆମେରିକାର ପୂର୍ବ ଉପକୂଳରେ ମେରିଲ୍ୟାଣ୍ଡରୁ ମାସାଚୁସେଟ୍ସ ପର୍ଯ୍ୟନ୍ତ ପ୍ରବଳ ଶୀତକାଳୀନ ଝଡ଼ ଓ ବଡ଼ଧରଣରେ ତୁଷାରପାତର ସମ୍ଭାବନା ରହିଛି। ଏଥିଯୋଗୁଁ ୧ରୁ ୨ ଫୁଟ ଉଚ୍ଚରେ ତୁଷାରପାତ ହୋଇପାରେ। ବିମାନ ଉଡ଼ାଣ ଉପରେ ଏହାର ପ୍ରଭାବ ପଡ଼ିପାରେ।

ବିମାନର ଯାତ୍ରୀ ଓ ସଦସ୍ୟଙ୍କ ନିରାପତ୍ତାକୁ ଦୃଷ୍ଟିରେ ଏୟାର ଇଣ୍ଡିଆ ୨୩ ଫେବ୍ରୁଆରି ପାଇଁ ନ୍ୟୁୟର୍କ ଓ ନ୍ୟୁଆର୍କକୁ ଏହାର ସମସ୍ତ ଉଡ଼ାଣ ବାତିଲ କରିଛି ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଏହି ତାରିଖରେ ଯାତ୍ରା ପାଇଁ ବୁକ୍‌ କରିଥିବା ଯାତ୍ରୀଙ୍କୁ ଏୟାରଲାଇନ୍ସ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ନ୍ୟୁୟର୍କ ଓ ଆମେରିକାର ଉତ୍ତରପୂର୍ବ ଭାଗରେ ଭୟଙ୍କର ଶୀତକାଳୀନ ଝଡ଼ ନେଇ ଚେତାବନୀ ଜାରି କରାଯାଇଛି। ଶୀତକାଳୀନ ଝଡ଼ ପ୍ରଭାବରେ ରବିବାରଠାରୁ ପ୍ରବଳ ପବନ ଓ ତୁଷାରପାତ ହେବାର ସମ୍ଭାବନା ରହିଛି। ଦେଶର ୩୦ ନିୟୁତ ଲୋକ ଏହାଦ୍ବାରା ପ୍ରଭାବିତ ହେବେ।

ନ୍ୟୁୟର୍କ ମେୟର ଜୋହରାନ୍‌ ମାମଦାନୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଜାନୁଆରି ମାସରେ ଆସିଥିବା ଶୀତକାଳୀନ ଝଡ଼ଠାରୁ ଏହା ଅଧିକ ଭୟଙ୍କର ହେବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଲୋକଙ୍କୁ ସୁରକ୍ଷିତ ରହିବାକୁ ରାସ୍ତାକୁ ନ ବାହାରି ଘର ଭିତରେ ରହିବାକୁ କହିଛନ୍ତି। ତୁଷାର ଝଡ଼ ଯୋଗୁଁ ଏପର୍ଯ୍ୟନ୍ତ ୧୦୦୦ରୁ ବିମାନ ଉଡ଼ାଣ ବାତିଲ ହୋଇସାରିଥିବାବେଳେ ଯେକୌଣସି ପ୍ରକାର ଯାତ୍ରା ସମ୍ଭାବନା ଅତି କ୍ଷୀଣ ରହିଛି। ବିଦ୍ୟୁତ ସେବା ପ୍ରଭାବିତ ହେବାର ସମ୍ଭାବନା ରହିଥିବା କୁହାଯାଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button