ଖେଳ

Stadium reinforcement work: ଷ୍ଟାଡିୟମ୍‌ ସୁଦୃଢ଼ୀକରଣ କାର୍ଯ୍ୟ ଯାଞ୍ଚ କଲେ ଆଇଆଇଟି ପ୍ରତିନିଧି: ବାରବାଟୀ ସିଟ୍‌ ଅଢ଼େଇ ହଜାର କମିବ

ଡିସେମ୍ବର ୯ତାରିଖ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ସୁଦୃଢ଼ୀକରଣ କାର୍ଯ୍ୟକୁ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ବର ଆଇଆଇଟି ପ୍ରତିନିଧି ମଣ୍ଡଳୀ ଯାଞ୍ଚ କରିଛନ୍ତି।

କଟକ: ଡିସେମ୍ବର ୯ତାରିଖ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ସୁଦୃଢ଼ୀକରଣ କାର୍ଯ୍ୟକୁ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ବର ଆଇଆଇଟି ପ୍ରତିନିଧି ମଣ୍ଡଳୀ ଯାଞ୍ଚ କରିଛନ୍ତି। ଆଇଆଇଟି ପ୍ରତିନିଧି ମଣ୍ଡଳୀ ସମସ୍ତ ଗ୍ୟାଲେରି, କର୍ପୋରେଟ ବକ୍ସ, ଏସି ବକ୍ସ ସମେତ ବାରବାଟୀ ଷ୍ଟାଡିୟମ୍‌ରେ ୧୫ଟି ଯାକ ଷ୍ଟାଣ୍ଡର ରିଟ୍ରୋଫିଟିଂ (ସୁଦୃଢ଼ୀକରଣ) କାର୍ଯ୍ୟ ସମୀକ୍ଷା କରିଥିଲେ। ବାରବାଟୀରେ ଗ୍ୟାଲେରି ନିର୍ମାଣ ୧୯୫୪ରେ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାର ନବୀକରଣ କରାଯାଇଥିଲା।

ଏହା ଏବେ ଦୁର୍ବଳ ହେବାରୁ ଓସିଏ ପକ୍ଷରୁ ସୁଦୃଢ଼ୀକରଣ ଚାଲିଛି। ୨୦୧୯ ମସିହାରେ ଭାରତ-ୱେଷ୍ଟ‌ୱେଣ୍ଡିଜ୍‌ ମ୍ୟାଚ ପୂର୍ବରୁ ରାଜ୍ୟ ସରକାର ଗ୍ୟାଲେରି ନଂ-୭କୁ ଅସୁରକ୍ଷିତ ଘୋଷଣା କରିଥିଲେ। ଏଥି ପାଇଁ ୨୦୧୯ ମ୍ୟାଚ୍ ସମରେ ଗ୍ୟାଲେରି ନଂ-୭କୁ ବ୍ୟବହାର କରାଯାଇ ନ ଥିଲା। କିନ୍ତୁ ୨୦୨୨ରେ ଏହି ଗ୍ୟାଲେରିକୁ ରିଟ୍ରୋଫିଟିଂ କରାଯିବା ପରେ ୫ ହଜାରରୁ ଅଧିକ ଦର୍ଶକ ବସିଥିଲେ। ଭୁବନେଶ୍ୱର ଆଇଆଇଟି ସିଭିଲ୍ ବିଭାଗର ୮ଜଣିଆ ପ୍ରତିନିଧି ଯାଞ୍ଚ କରି ସନ୍ତୋଷ ବ୍ୟକ୍ତ କରିଥିବା ଓସିଏ ମୁଖ୍ୟ କନ୍‌ସଲ୍‌ଣ୍ଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି। ସମସ୍ତ ଦର୍ଶକଙ୍କ ସୁରକ୍ଷା ଓ ସୁବିଧା ପାଇଁ ଓସିଏ ସଂପାଦକ ସଞ୍ଜୟ ବେହେରା ଏଭଳି କାର୍ଯ୍ୟକୁ ହାତକୁ ନେଇଛନ୍ତି। ଏହା ଦ୍ବାରା ଗ୍ୟାଲେରି ସିଟ୍ ୨ରୁ ଅଢ଼େଇ ହଜାର ସିଟ୍‌ ହ୍ରାସ ପାଇବ। ଗ୍ୟାଲେରିର ୧୯ ଇଞ୍ଚ ବିଶିଷ୍ଟ ସିଟ୍‌କୁ ଚଉଡ଼ା କରାଯାଇ ୨୨ ଇଞ୍ଚ କରାଯାଇଛି।

 

ସୌଜନ୍ୟ – ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button