ଦେଶ ବିଦେଶ

Angomcha Bimol: ଖାପ୍ ପଞ୍ଚାୟତ’ କହି ଜେଏନ୍‌ୟୁ ତଦନ୍ତକୁ ସମାଲୋଚନା କଲେ ବହିଷ୍କୃତ ପ୍ରଫେସର

ଛାତ୍ରୀଙ୍କୁ ମାର୍କ ବଢ଼ାଇବା ନାଁରେ ଯୌନ ନିର୍ଯାତନା ଅଭିଯୋଗରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ବହିଷ୍କୃତ ହେବା ପରେ କଂଗ୍ରେସ ସାଂସଦ ତଥା ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜାମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି।

ନୂଆଦିଲ୍ଲୀ: ଛାତ୍ରୀଙ୍କୁ ମାର୍କ ବଢ଼ାଇବା ନାଁରେ ଯୌନ ନିର୍ଯାତନା ଅଭିଯୋଗରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରୁ ବହିଷ୍କୃତ ହେବା ପରେ କଂଗ୍ରେସ ସାଂସଦ ତଥା ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜାମ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। ତାଙ୍କ ବିରୋଧରେ ହୋଇଥିବା ତଦନ୍ତକୁ ସେ ‘ଖାପ୍ ପଞ୍ଚାୟତ’ର ନିଷ୍ପତ୍ତି ସହ ତୁଳନା କରିବା ସହ ଏହା ଏକ ଯୋଜନାବଦ୍ଧ ଉତ୍ପୀଡ଼ନ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଜେଏନ୍‌ୟୁର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତଦନ୍ତ ପରେ ତାଙ୍କୁ ବହିଷ୍କାର କରାଯାଇଥିବା ବିଶ୍ୱବିଦ୍ୟାଳୟ କହିଛି।

ମଣିପୁରର ଇନର ମଣିପୁର ଲୋକସଭା ଆସନରୁ ନିର୍ବାଚିତ ଆକୋଇଜାମ ଜେଏନ୍‌ୟୁର ସାମାଜିକ ବିଜ୍ଞାନ ବିଦ୍ୟାଳୟ ଅଧୀନ ସେଣ୍ଟର ଫର୍ ଦି ଷ୍ଟଡି ଅଫ୍ ସୋସିଆଲ୍ ସିଷ୍ଟମ୍‌ସରେ ପ୍ରଫେସର ଥିଲେ। ଅକ୍ଟୋବର ୯ ତାରିଖରେ ବିଶ୍ୱବିଦ୍ୟାଳୟ ତାଙ୍କୁ ତତ୍କାଳ ପ୍ରଭାବରୁ ଚାକିରିରୁ ବହିଷ୍କାର କରିଥିଲା। କୁଳପତି ଶାନ୍ତିଶ୍ରୀ ଧୁଲିପୁଡ଼ି ପଣ୍ଡିତଙ୍କ ଦସ୍ତଖତରେ ଜାରି ଆଦେଶରେ ଆଭ୍ୟନ୍ତରୀଣ କମିଟିର ରିପୋର୍ଟ ଓ ଉପଲବ୍ଧ ତଥ୍ୟକୁ ବିଚାରକୁ ନିଆଯାଇଥିବା କୁହାଯାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button