
ବୈଶିଙ୍ଗା (ଦୀପକ କୁମାର ସିଂହ): ଏକ ବର୍ଣ୍ଣାଢ଼୍ୟ ସମାରୋହରେ ମଧ୍ୟରେ ମୟୂରଭଂଜଜିଲ୍ଲା ବେତନଟୀ ବ୍ଲକ ଅଧୀନ ବୈଶିଙ୍ଗା ଉପକଣ୍ଠ ମହୁରୀସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ୮ମ ବାର୍ଷିକ ‘ଜାଭିୟର ଫେଷ୍ଟ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଚେୟାରମ୍ୟାନ ଦୀପକ କୁମାର ସିଂହ ଏବଂ ପରିଚାଳନା ନିର୍ଦ୍ଦେଶିକା ରଶ୍ମୀରେଖା ପାଣିଗ୍ରାହୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମୟୂରଭଞ୍ଜ ଉପଜିଲ୍ଲାପାଳ ଦୟାସିନ୍ଧୁ ପରିଡା ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ନିଜର ଏକ ଉଜ୍ଜଳ ଭବିଷ୍ୟତ ଗଢିବା ପାଇଁ ଦୃଢ ଇଛାଶକ୍ତି ଓ ଉଦ୍ୟମ ଜାରି ରଖିବାକୁ କହିଥିଲେ, ଯାହା ବଳରେ ସେମାନେ ଦିନେ ଆକାଶକୁ ଛୁଇଁ ପାରିବେl
ଅନ୍ୟପଟେ ଜାଭିୟାର୍ସ ପବ୍ଲିକ ସ୍କୁଲ ଭଳିଆ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହିତ ପିଲାଙ୍କୁ ସଂସ୍କାରିକ ଶିକ୍ଷା ଦିଆଯିବା ନେଇ ଭୁୟସୀ ପ୍ରଶଂସା କରିଥିଲେ। ଏଇଠି ଅଧୟନରତ ପିଲାମାନେ ହିଁ ଆଗାମୀ ଦିନରେ ଦେଶର ଆଗାମୀ ଭବିଷ୍ୟତ। ଏଣୁ ସେମାନଙ୍କ ପ୍ରତି ଯଥେଷ୍ଟ ଯତ୍ନବାନ ହେବାକୁ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେl
ସ୍ଵତନ୍ତ୍ର ସମ୍ମାନିତ ଅତିଥି ତଥା ଅବସରପ୍ରାପ୍ତ ସାମରିକ ଅଧିକାରୀ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ଯୋଗ ଦେଇ ବିଦ୍ୟାଳୟର ଶୁଭ ମନାସିବା ସହିତ ଉପଯୁକ୍ତ ଶିକ୍ଷକ/ଶିକ୍ଷିକାମାନଙ୍କୁ ନେଇ ଶିକ୍ଷା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେl ଉତ୍ସବର ଅନ୍ୟ ଜଣେ ସମ୍ମାନିତ ଅତିଥି ଅବସରପ୍ରାପ୍ତ ଅଧକ୍ଷ ତଥା ଶିକ୍ଷାବିତ ଭାଗବତ ପ୍ରସାଦ ଦାସ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ କହିଲେ, ଶିକ୍ଷା ଏପରି ଏକ ସମ୍ପଦ ଯାହାକି କାହାକୁ ଦେଲେ ସରରେ ନାହିଁ ବରଂ ଶିକ୍ଷାର ପ୍ରସାର ଅଧିକ ହୋଇଥାଏl ତେଣୁ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ ଉତ୍ତମ ବୁଝାମଣା ରହିଲେ ଶିକ୍ଷାର ବିକାଶ ନିଶ୍ଚିତ ହେବ ବୋଲି କହିଥିଲେl
ତେବେ ବାର୍ଷିକ ଉତ୍ସବର ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ମଞ୍ଚାସିନ ଅତିଥି, ଚେୟାରମେନ, ପରିଚାଳନା ନିର୍ଦେଶିକା ଓ ଅଧକ୍ଷାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀl ପରେ ଅତିଥିମାନେ ଜଗନ୍ନାଥଙ୍କ ଫଟୋ ଚିତ୍ର ନିକଟରେ ଦ୍ୱୀପ ପ୍ରଜ୍ଜଳନ କରି ଥିଲେl ତେବେ ଚଳିତ ଥର ବିଦ୍ୟାଳୟ ପକ୍ଷରୁ ଏକ ନିଆରା ଢଙ୍ଗରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ଯାହା ଉପସ୍ଥିତ ଅତିଥି ଓ ଅଭିଭାବକ ମାନଙ୍କୁ ଅଭିଭୂତ କରି ଦେଇଥିଲାl ପ୍ରଥମେ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀ ମାନେ ଏକତ୍ର ହୋଇ ମଞ୍ଚରେ ହନୁମାନ ଚାଳିଶା ପଠନ କରିଥିଲେ ଓ ପରେ ଗୀତା ଶ୍ଳୋକ ଉଚ୍ଚାରଣ ପୂର୍ବକ ଶ୍ଳୋକର ମାର୍ମିକ ଅର୍ଥ ବ୍ୟାଖ୍ୟା କରିଥିଲେl ସେହିଭଳି ରାମାୟଣର ରାମବନବାସକୁ ନେଇ ପିଲାମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଏକ ନୃତ୍ୟନାଟିକା ଉପସ୍ଥିତ ବୁଦ୍ଧିଜୀବୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା l
‘ଜାଭିଅର ଫେଷ୍ଟ-୨୦୨୬’ରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଦେବବ୍ରତ ବାରିକ ଓ ଶିକ୍ଷୟିତ୍ରୀ ଯୋଜନଗନ୍ଧା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ୍ୱ ଭାଷଣ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେl ଅନ୍ୟମାନଙ୍କ ମଧ୍ୟରେ ଚଳିତ ବର୍ଷ ଜେଭିୟାର୍ସ ଫେଷ୍ଟ-୨୦୨୬ରେ ବହୁ ମାନ୍ୟଗଣ୍ୟ ଅତିଥି, ଅଭିଭାବକ, ସାମ୍ବାଦିକ ଏବଂ ଅଞ୍ଚଳବାସୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେl ବିଭିନ୍ନ ଖେଳକୁଦ, ନୃତ୍ୟଗୀତ ଓ ଘୋଷକ/ଘୋଷିକା ଆଦି କାର୍ଯ୍ୟକ୍ରମରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ଗଣଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲାl ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ବିଶ୍ୱାଳ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେl
ସେହିଭଳି ବିଦ୍ୟାଳୟର ଅଧକ୍ଷା ଇପ୍ସିତା କରଙ୍କ ତତ୍ୱାବଧାନରେ ଶିକ୍ଷକ ରଣଜିତ ନାୟକ, ଶିକ୍ଷୟିତ୍ରୀ ତୃପ୍ତି କୁମାରୀ, ସରସ୍ବତୀ ଦାସ, ତନୁଶ୍ରୀ ମହାର୍ଣ୍ଣା, ଜ୍ୟୋତି ବାରିକ, ଜ୍ୟୋତିକ୍ରିଷ୍ଣା କାମିଳା ଓ ମନୀଷା ପରିଡାଙ୍କ ସମେତ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେl ଶତାଧିକ ଦର୍ଶକ ମଞ୍ଚ ସମ୍ମୁଖରେ ଉପସ୍ଥିତ ରହି କୁନିକୁନି ପିଲାମାନଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସବୁଠୁ ଆକର୍ଷଣୀୟ ପିଲାମାନଙ୍କର ରାମ୍ପ ଶୋକୁ ବେସ ମନଭରି ଉପଭୋଗ କରିଥିଲେl ପରିଶେଷରେ ସେଣ୍ଟ ଜାଭିୟର୍ସ ସ୍କୁଲର ଉପାଧ୍ୟକ୍ଷା ସୋନାଲି ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେl
ସୌଜନ୍ୟ ସମ୍ବାଦ




