ଦେଶ ବିଦେଶ

China Is Suffering Too’: ‘ଚୀନ୍ ମଧ୍ୟ କ୍ଷତି ସହୁଛି’: ହର୍ମୁଜ୍ ନେଇ ଜିନପିଙ୍ଗଙ୍କୁ ସାହାଯ୍ୟ ମାଗିଲା ଇରାନ

ତେହେରାନ: ଇରାନର ଉପ-ବୈଦେଶିକ ମନ୍ତ୍ରୀ କାଜେମ୍ ଘରିବାବାଦି କହିଛନ୍ତି, ସେ ଆଶା କରୁଛନ୍ତି, ସି ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମୟରେ ହର୍ମୁଜ୍ ସଙ୍କଟର ସମାଧାନ ପାଇଁ ଜୋର୍ ଦେବେ। ଟ୍ରମ୍ପ ବେଜିଂରେ ପହଞ୍ଚିବା ପରେ ଘରିବାବାଦିଙ୍କ ମନ୍ତବ୍ୟ ଆସିଛି। ହର୍ମୁଜ୍ ରେ ଅବରୋଧ ଯୋଗୁଁ ଚୀନ୍ ମଧ୍ୟ କ୍ଷତି ସହୁଛି, ତେଣୁ ଏହାର ସମାଧାନ ମଧ୍ୟ ଚୀନ୍ ସ୍ୱାର୍ଥ ପାଇଁ ମଧ୍ୟ ଠିକ୍ ବୋଲି ଘରିବାବାଦି କହିଛନ୍ତି। ଆମେରିକାର ଆକ୍ରମଣ ଏବଂ ହର୍ମୁଜ୍ ପ୍ରଣାଳୀର ପରିସ୍ଥିତି ଯୋଗୁଁ ଚୀନ୍ ସମେତ ସମସ୍ତ ଦେଶ କ୍ଷତିଗ୍ରସ୍ତ ହେଉଛନ୍ତି।

ହର୍ମୁଜ୍ ପ୍ରଣାଳୀର ପରିସ୍ଥିତି ଯୋଗୁଁ ଚୀନ୍ ସମେତ ସମସ୍ତ ଦେଶ କ୍ଷତିଗ୍ରସ୍ତ

ଆମକୁ ଚୀନ୍‌କୁ ସିଧାସଳଖ କିଛି କହିବାର ଆବଶ୍ୟକତା ନାହିଁ। ଇରାନର ଚୀନ୍ ସହିତ ଏକ ଗଭୀର ଏବଂ ଦୀର୍ଘସ୍ଥାୟୀ ସମ୍ପର୍କ ରହିଛି, ଜିନପିଙ୍ଗ-ଟ୍ରମ୍ପ ଶିଖର ସମ୍ମିଳନୀରୁ ଇରାନ କ’ଣ ଆଶା କରୁଛି ବୋଲି ପଚରାଯିବାରୁ ଉପ-ବୈଦେଶିକ ମନ୍ତ୍ରୀ ଏପରି କହିଛନ୍ତି । ହର୍ମୁଜ୍ ସଙ୍କଟ ଏବଂ ଏହା ଫଳରେ ଇନ୍ଧନ ମୂଲ୍ୟ ବୃଦ୍ଧି ଇରାନ ଯୋଗୁଁ ନୁହେଁ ବରଂ ଆମେରିକା ଯୋଗୁଁ ହୋଇଛି। ଏହା ସହ ସେ ସ୍ପଷ୍ଟ କରିଛନ୍ତି ଯେ, ହର୍ମୁଜ୍ ପାର ହେଉଥିବା ଜାହାଜ ପାଇଁ ଇରାନ ଭବିଷ୍ୟତରେ ଟୋଲ୍ ଆଦାୟ ଜାରି ରହିବ।

ଇରାନ କେବଳ ସେହି ସେବା ପାଇଁ ଦେୟ ନେଉଛି ଯାହା ହର୍ମୁଜ୍ ପାର ହେଉଥିବା ଜାହାଜଗୁଡ଼ିକୁ ପ୍ରଦାନ କରାଯାଉଛି। ଇରାନ ପାଇଁ କୌଣସି ବାଧ୍ୟବାଧକତା ନାହିଁ। କାରଣ ଇରାନ ଆନ୍ତର୍ଜାତୀୟ ସାମୁଦ୍ରିକ ଚୁକ୍ତିନାମାରେ ସ୍ୱାକ୍ଷର କରିନାହିଁ। ତେଣୁ ଆମେ କୌଣସି ଆଇନ ଦ୍ବାରା ଆବଦ୍ଧ ନୁହଁ। କିନ୍ତୁ ଆମେ ଆନ୍ତର୍ଜାତୀୟ ଆଇନ ବାହାରକୁ ଯିବୁ ନାହିଁ। ଶାନ୍ତି ପୁନଃସ୍ଥାପିତ ହେଲେ ହିଁ ଅଧିକ ସୁରକ୍ଷା ମିଳିବ।

ଘାରିବାବାଦୀ ଭାରତ ଏବଂ ଇରାନ ମଧ୍ୟରେ ଭଲ ସମ୍ପର୍କର ଉଲ୍ଲେଖ କରି ଆଶା ପ୍ରକାଶ କରିଛନ୍ତି ଯେ, ୧୧ଟି ଭାରତୀୟ ଜାହାଜ ଖୁବ୍ ଶୀଘ୍ର ହର୍ମୁଜ୍ ପ୍ରଣାଳୀ ଦେଇ ଯାଇପାରିବେ। ଆକ୍ରମଣକାରୀଙ୍କୁ ସମର୍ଥନ କରୁଥିବା ଦେଶଗୁଡ଼ିକର ଜାହାଜଗୁଡ଼ିକ ଯିବା କଷ୍ଟକର ହେବ। ସେ ଦୋହରାଇଛନ୍ତି, ଇରାନ ପରମାଣୁ ଅସ୍ତ୍ର ସମେତ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ।

 

 

ସୌଜନ୍ୟ ସମ୍ବାଦ

Show More
Back to top button