Aquapreneur Conclave: ‘ମାଛର ଉପାଦେୟତା ଓ ଗୁରୁତ୍ୱ ଦିନକୁ ଦିନ ବୃଦ୍ଧି ପାଉଛି’
ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ଆକ୍ୱାପ୍ରେନର୍ କନକ୍ଲେଭ୍ ୨୦୨୬ ରବିବାର ଦିନ ଉଦଯାପିତ ହୋଇଯାଇଛି।

ବ୍ରହ୍ମପୁର: ଗଂଜାମ ଜିଲ୍ଲା ରଂଗେଇଲୁଣ୍ଡା ଠାରେ ଅବସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ ଦ୍ୱାରା ଆୟୋଜିତ ଆକ୍ୱାପ୍ରେନର୍ କନକ୍ଲେଭ୍ ୨୦୨୬ ରବିବାର ଦିନ ଉଦଯାପିତ ହୋଇଯାଇଛି। ଜୁଲାଇ ୧୮ ତାରିଖରେ ଆରମ୍ଭ ଏହି ଜାତୀୟସ୍ତରର ସମ୍ମିଳନୀ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଡିନ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସଙ୍କ ତତ୍ୱାବଧାନରେ କନକ୍ଲେଭ୍ ୨୦୨୬ ଅତି ସୁନ୍ଦର ଭାବରେ ସମାପନ ହୋଇଛି।
ଉଦଯାପନୀ ଉତ୍ସବରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଡିନ୍ ତଥା କନକ୍ଳେଭର ସଂଯୋଜକ ପ୍ରଫେସର ନିତ୍ୟାନନ୍ଦ ଦାସ ଅତିଥିମାନଙ୍କ ପରିଚୟ ଓ ସ୍ୱାଗତ ସମ୍ଭାଷଣ କରିବା ସହିତ ମାଛରେ ମୂଲ୍ୟଯୁକ୍ତ ଦ୍ରବ୍ୟର ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରିଥିଲେ। ଏହି ସମ୍ମିଳନୀରେ ସହଭାଗିତା କରିଥିବା ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦକୁ ଡିନ୍ ପ୍ରଶଂସା କରିବା ସହିତ ଦେଶର କୋଣ ଅନୁକୋଣରୁ ଆସିଥିବା ଛାତ୍ରଛାତ୍ରୀ, ମତ୍ସ୍ୟବିଜ୍ଞାନୀ, ଶିକ୍ଷାବିତ, ମତ୍ସ୍ୟ ଉଦ୍ୟୋଗୀ, ପ୍ରଶାସକ ଓ ବୁଦ୍ଧିଜୀବୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ସୌଜନ୍ୟ ସମ୍ବାଦ




