Army Chief in Odisha: ଓଡ଼ିଶାରେ ସ୍ଥଳସେନା ମୁଖ୍ୟ: ରାଜ୍ୟପାଳଙ୍କୁ ଭେଟିଲେ
ଆଜିଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ରାଜଧାନୀରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ୧୨୦ ବାଟାଲିୟନ ଯାଇଥିଲେ।

ଭୁବନେଶ୍ବର: ଆଜିଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ରାଜଧାନୀରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ୧୨୦ ବାଟାଲିୟନ ଯାଇଥିଲେ। ପରେ ସନ୍ଧ୍ୟାରେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଥିଲେ। ତେବେ ବାଟାଲିୟନରେ ରାତ୍ରି ଯାପନ ସହ ଭୋଜନର କାର୍ଯ୍ୟକ୍ରମ ରହିଛି।
ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ପୁରୀ, ଗୋପାଳପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଶ୍ରୀ ଦ୍ୱିବେଦୀ ଯୋଗ ଦେବେ। ପ୍ରଥମେ ପୁରୀ ଯାଇ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ। ପରେ ସ୍ୱତନ୍ତ୍ର ବିମାନ ଯୋଗେ ଗୋପାଳପୁର ଯିବେ। ସେଠାରେ ଆର୍ମି ଏୟାର ଡିଫେନ୍ସ କଲେଜରେ ସେନା ତାଲିମ ବ୍ୟବସ୍ଥାର ସମୀକ୍ଷା କରିବେ। ସେନା ଅଧିକାରୀ ଓ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିବେ। ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍ ଫାୟାରିଂ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ୨୯ ତାରିଖରେ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଶ୍ରୀ ଦ୍ୱିବେଦୀ ଦିଲ୍ଲୀ ଫେରିଯିବେ।
ସୌଜନ୍ୟ ସମ୍ବାଦ




