ରାଜ୍ୟ

Arrest: ୧୨.୩୩ ଲକ୍ଷର ସରକାରୀ ପାଣ୍ଠି ହେରଫେର: ପୂର୍ବତନ ଜିଆର୍‌ଏସ୍‌, ଭିଲେଜ୍ ମେଟ ଗିରଫ କଲା

କୋରାପୁଟ ଜିଲ୍ଲାରେ ସରକାରୀ ବିକାଶମୂଳକ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ...

ଜୟପୁର (ଦେବାଶିଷ ସାହୁ):କୋରାପୁଟ ଜିଲ୍ଲାରେ ସରକାରୀ ବିକାଶମୂଳକ ପାଣ୍ଠିରୁ ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନ୍ଦୁରା ବ୍ଲକ୍ ଅନ୍ତର୍ଗତ ବାଣୁଆଗୁଡ଼ା ପଞ୍ଚାୟତର ପୂର୍ବତନ ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ତଥା ପୂର୍ବତନ ସହକାରୀ ଡାଟା ଏଣ୍ଟ୍ରି ଅପରେଟର୍ (ବର୍ତ୍ତମାନ ଲମତାପୁଟ ବ୍ଲକରେ କାର୍ଯ୍ୟରତ) ଜି. ଶଙ୍କର ଏବଂ ବାଣୁଆଗୁଡ଼ା ପଞ୍ଚାୟତର ଭିଲେଜ୍ ମେଟ୍ (ଗ୍ରାମସେବକ) ଲଇଖନ ନାୟକ।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଦ୍ୱୟ ବାଣୁଆଗୁଡ଼ା ପଞ୍ଚାୟତ ଅଧୀନରେ ଥିବା ୪ଟି ପ୍ରମୁଖ ସରକାରୀ ବିକାଶମୂଳକ ପ୍ରକଳ୍ପରେ ମୋଟ ୧୨ ଲକ୍ଷ ୩୩ ହଜାର ୪୩୫ ଟଙ୍କାର ଆର୍ଥିକ ଅନିୟମିତତା ତଥା ହେରଫେର କରିଛନ୍ତି। ଜମି ଉପରେ କୌଣସି ପ୍ରକୃତ କାର୍ଯ୍ୟ ସମ୍ପାଦନ ନକରି, ଜାଲ୍ ତଥା ନକଲି କାଗଜପତ୍ର ପ୍ରସ୍ତୁତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଶେଷ ହୋଇଥିବା ଦର୍ଶାଇ ଏହି ସରକାରୀ ଅର୍ଥ ହଡ଼ପ କରାଯାଇଥିଲା। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେଶ୍ ନଂ ୨୩/୨୬ରେ ମାମଲା ରୁଜୁ ହୋଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଜୟପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button