ରାଜ୍ୟ
Arrest: ୱାରେଣ୍ଟଧାରୀ ୩ ଅଭିଯୁକ୍ତ ଗିରଫ, କୋର୍ଟଚାଲାଣ
ଫେରାର ଅଭିଯୁକ୍ତ ଓ ୱାରେଣ୍ଟଧାରୀଙ୍କ ବିରୋଧରେ ସଦର ଥାନା ପୁଲିସର ଅଭିଯାନ ଜୋରଦାର ହୋଇଛି। ଗୁରୁବାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୀର୍ଘଦିନ ଧରି ଫେରାର ଥିବା ୩ ଜଣ ୱାରେଣ୍ଟଧାରୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।

ଜୟପୁର: ଫେରାର ଅଭିଯୁକ୍ତ ଓ ୱାରେଣ୍ଟଧାରୀଙ୍କ ବିରୋଧରେ ସଦର ଥାନା ପୁଲିସର ଅଭିଯାନ ଜୋରଦାର ହୋଇଛି। ଗୁରୁବାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୀର୍ଘଦିନ ଧରି ଫେରାର ଥିବା ୩ ଜଣ ୱାରେଣ୍ଟଧାରୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଉମୁରୀ ଗ୍ରାମର ଡେଭିଡ୍ ନାଗ(୨୧)ଙ୍କ ବିରୋଧରେ ଡକାୟତି ଉଦ୍ୟମ ମାମଲା ରହିଥିଲା। ସଦର ଥାନାରେ ରୁଜୁ କେଶ୍ ନଂ ୩୬୪/୨୦୨୩ ଆଧାରରେ ଜୟପୁର ଏସ୍ଡିଜେଏମ୍ ଅଦାଲତ ପକ୍ଷରୁ ଜାରି ଜାମିନବିହୀନ ପରୱାନା ବଳରେ ଏଏସ୍ଆଇ ବ୍ୟୋମକେଶ ଧଙ୍ଗଡ଼ାମାଝୀ ତାଙ୍କୁ ଗିରଫ କରିଛନ୍ତି।
ସୌଜନ୍ୟ ସମ୍ବାଦ




