ଖେଳ
Asia Shooting: ଏସୀୟ ସୁଟିଂ: ବିଶ୍ବ ରେକର୍ଡ ସହ ଅର୍ଜୁନ-ଏଲାଭେନିଲଙ୍କୁ ସ୍ବର୍ଣ୍ଣ
ଚଳିତ ଏସୀୟ ପ୍ରତିଯୋଗିତାରେ ଅର୍ଜୁନ ବାବୁତା ଓ ଏଲାଭେନିଲ ଭାଲାରିଭାନ ୧୦ମିଟର ଏୟାର ରାଇଫଲ୍ ମିଶ୍ରିତ ଯୁଗଳରେ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ରେ ଅର୍ଜୁନ ଓ ଏଲାଭେନିଲ ୫୦୫ ସ୍କୋର୍ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ

ନୂଆଦିଲ୍ଲୀ: ଚଳିତ ଏସୀୟ ପ୍ରତିଯୋଗିତାରେ ଅର୍ଜୁନ ବାବୁତା ଓ ଏଲାଭେନିଲ ଭାଲାରିଭାନ ୧୦ମିଟର ଏୟାର ରାଇଫଲ୍ ମିଶ୍ରିତ ଯୁଗଳରେ ବିଶ୍ବ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ରେ ଅର୍ଜୁନ ଓ ଏଲାଭେନିଲ ୫୦୫ ସ୍କୋର୍ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରିପବ୍ଲିକ୍ କୋରିଆର କିମ୍ ଓରିମନେ୍ ଉନ୍ଜି (୫୦୧) ଓ ଜାପାନର ନାଓୟା ଓକାଡା ଓ ମିସାକି ନୋବାତା (୪୩୭.୯) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।




