Asian Para Games: ଡିସ୍କସ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଆଣି ଭାରତର ବିଜୟ ଧ୍ବଜା ଉଡ଼ାଇଲେ ସୁବର୍ଣ୍ଣା ରାଜ୍
ଜାପାନର ଆଇଚି-ନାଗୋୟାରେ ଜାରି ଥିବା ଏସୀୟ ପାରା କ୍ରୀଡ଼ା ୨୦୨୬6ର ଭାରତର ସଫଳ ଅଭିଯାନ ଆଗକୁ ବଢ଼ିଚାଲିଛି। ଆଜି ଚତୁର୍ଥ ଦିନରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଏହି ପଦକ ସୁବର୍ଣ୍ଣା ରାଜ ଜିତିଛନ୍ତି। ସେ ମହିଳା ଡିସ୍କସ୍ ଥ୍ରୋ ଏଫ୍୫୪ ଇଭେଣ୍ଟରେ

ନାଗୋୟା: ଜାପାନର ଆଇଚି-ନାଗୋୟାରେ ଜାରି ଥିବା ଏସୀୟ ପାରା କ୍ରୀଡ଼ା ୨୦୨୬6ର ଭାରତର ସଫଳ ଅଭିଯାନ ଆଗକୁ ବଢ଼ିଚାଲିଛି। ଆଜି ଚତୁର୍ଥ ଦିନରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଏହି ପଦକ ସୁବର୍ଣ୍ଣା ରାଜ ଜିତିଛନ୍ତି। ସେ ମହିଳା ଡିସ୍କସ୍ ଥ୍ରୋ ଏଫ୍୫୪ ଇଭେଣ୍ଟରେ ୧୫.୬୬ ମିଟରର ସର୍ବୋତ୍ତମ ଥ୍ରୋ ହାସଲ କରିଛନ୍ତି। ଏହା ଭାରତର ୧୫ତମ ସ୍ୱର୍ଣ୍ଣ। ଇରାନର ଶାହଲା ହାଦିଦି ୧୫.୪୫ ମିଟରର ବ୍ୟକ୍ତିଗତ ସର୍ବୋତ୍ତମ ଥ୍ରୋ ସହିତ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି।
ଆଜି ଭାରତ ପାଇଁ ସ୍ୱାତୀ ଚୌଧୁରୀ ତୀରନ୍ଦାଜୀରେ ପ୍ରଥମ ପଦକ ଜିତିଛନ୍ତି। ସେ ପାରା ଆର୍ଚେରୀ ଡବ୍ଲ୍ୟୁ୧ ମହିଳା ବ୍ୟକ୍ତିଗତ ଇଭେଣ୍ଟର ଫାଇନାଲରେ ଚୀନର ମେଗକାନ ସେନଙ୍କଠାରୁ ୬-୪ ରେ ପରାସ୍ତ ହୋଇଥିଲେ। ଏହି କାରଣରୁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଥିଲା।
କୃଷ୍ଣ ନାଗର, ନିତ୍ୟା ଶ୍ରୀଙ୍କ କାଂସ୍ୟ ପଦକ
ସେମିଫାଇନାଲରେ ଇଣ୍ଡୋନେସିଆର ରିନା ମାର୍ଲିନା ଏବଂ ସୁଭାନଙ୍କଠାରୁ ହାରିବା ପରେ କୃଷ୍ଣ ନାଗର ଏବଂ ନିତ୍ୟା ଶ୍ରୀ ମିଶ୍ରିତ ଯୁଗଳ SH6ରେ କାଂସ୍ୟ ଜିତିଛନ୍ତି। ଇଣ୍ଡୋନେସିଆର ଯୋଡ଼ି ମ୍ୟାଚ୍ ୨୧-୧୪, ୨୧-୧୮ରେ ଜିତିଥିଲେ।
ପଏଣ୍ଟ ଟେବୁଲରେ ଭାରତକୁ ଚତୁର୍ଥ ସ୍ଥାନ
ଏହି ସ୍ୱର୍ଣ୍ଣ ପଦକ ସହିତ ଭାରତ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ଦକ୍ଷିଣ କୋରିଆର ମଧ୍ୟ ୧୫ ସ୍ୱର୍ଣ୍ଣ ପଦକ ଅଛି। ଭାରତ ୨୨ ରୌପ୍ୟ ପଦକ ପାଇଛି।
ସୌଜନ୍ୟ ସମ୍ବାଦ




