ଖେଳ

Asian Para Games: ରୌପ୍ୟ ଜିତି ଓଡ଼ିଶାର ଗର୍ବ ବଢ଼ାଇଲେ ଜୟନ୍ତୀ ବେହେରା

ଚଳିତ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜୟନ୍ତୀ ବେହେରା। ମହିଳା ୪୦୦ ମିଟର ଟି୪୭ ଇଭେଣ୍ଟରେ ସେ ୧.୦୦.୬୫ ସମୟ ସହ ଦ୍ବିତୀୟ ସ୍ଥାନରେ ରହି ଏହି ରୌପ୍ୟ ଜିତିଛନ୍ତି। ଏହି ଇଭେଣ୍ଟରେ ଭାରତର ଅଞ୍ଜନାବେନ୍‌ ବୁମ୍ବାଦିୟା ୫୯.୯୭ ସମୟ...

ନାଗୋୟା: ଚଳିତ ଏସୀୟ ପାରା କ୍ରୀଡ଼ାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜୟନ୍ତୀ ବେହେରା। ମହିଳା ୪୦୦ ମିଟର ଟି୪୭ ଇଭେଣ୍ଟରେ ସେ ୧.୦୦.୬୫ ସମୟ ସହ ଦ୍ବିତୀୟ ସ୍ଥାନରେ ରହି ଏହି ରୌପ୍ୟ ଜିତିଛନ୍ତି। ଏହି ଇଭେଣ୍ଟରେ ଭାରତର ଅଞ୍ଜନାବେନ୍‌ ବୁମ୍ବାଦିୟା ୫୯.୯୭ ସମୟ ସହ ସ୍ବର୍ଣ୍ଣ ଜିତିଛନ୍ତି। ଥାଇଲାଣ୍ଡର ଶଶିରାଓ୍ବାନ ଇନଥାଚୋଟ୍‌ କାଂସ୍ୟ ଜିତିଛନ୍ତି।

ଜୟନ୍ତୀଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ତାଙ୍କ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛି। ତାଙ୍କର ଏହି ସଫଳତା ଭାବି କ୍ରୀଡ଼ାବିତ୍‌ମାନଙ୍କୁ ଅନୁପ୍ରାଣିତ କରିଚାଲିବ। ସୂଚନାଯୋଗ୍ୟ, ବୁଧବାର ଗୋଡ଼ ହାତ ନଥିବା ଓଡ଼ିଆ ଝିଅ ପାୟଲ ନାଗ ରୌପ୍ୟ ଜିତିଥିଲେ। ପୁରୀ ସାକ୍ଷୀଗୋପାଳର ଜୟନ୍ତୀ ୨୦୧୮ ଜାକର୍ତ୍ତା ଏସୀୟ ପାରା କ୍ରୀଡ଼ାର ୪୦୦ ମିଟରରେ ମଧ୍ୟ ରୌପ୍ୟ ପଦକ ଜିତିଥିଲେ। ଏହା ସହିତ ୨୦୦ ମିଟରରେ ବି ସେ କାଂସ୍ୟ ପାଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button