ଓଡିଶାରାଜନୀତି

Assembly: ବିଜୁଙ୍କୁ ନେଇ ଗୃହ କମ୍ପିଲା: ନିନ୍ଦା ପ୍ରସ୍ତାବ ପାରିତ କରିବାକୁ ଦାବି

ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଆଜି ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଅତ୍ୟନ୍ତ କଠୋର ଭାଷାରେ ସମାଲୋଚନା କରିଥିଲେ।

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ନେଇ ଆଜି ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଅତ୍ୟନ୍ତ କଠୋର ଭାଷାରେ ସମାଲୋଚନା କରିଥିଲେ। ବିଜେଡି ପକ୍ଷରୁ ଏକ ନିନ୍ଦା ପ୍ରସ୍ତାବ ଆଣିବାକୁ ନୋଟିସ୍ ଦିଆଯାଇଛି। ବାଚସ୍ପତି ଏହା ଉପରେ ବିଚାର କରିବେ ବୋଲି କହିଛନ୍ତି। ଆଜି ବିରୋଧୀ ଦଳ ସଦସ୍ୟମାନେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ ଉଠାଇ ନଥିଲେ। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ବିଜୁ ବାବୁଙ୍କ ପ୍ରତି ବିଜେପି ସାଂସଦଙ୍କ ମନ୍ତବ୍ୟକୁ କଡ଼ା ନିନ୍ଦା କରିଥିଲେ। ନିନ୍ଦା ପ୍ରସ୍ତାବ ପାରିତ ଦାବିରେ ନାରାବାଜି କରିଥିଲେ। ବିଜେପି ବିରୋଧରେ ସ୍ଲୋଗାନ୍ ଦେଇଥିଲେ। ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେବାରୁ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୧୧ଟା ୩୦ରେ ଶୂନ୍ୟକାଳ ଆରମ୍ଭ ହେଲା ପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଲେ, ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପିର ଜଣେ ସାଂସଦ ଅସତ୍ୟ ଓ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି। ସେ ବିଜୁ ବାବୁଙ୍କ ଅପମାନ କରିବା ଅର୍ଥ ଓଡ଼ିଆ ଜାତିକୁ ଅପମାନିତ କରିବା। ଏହା ଦ୍ବାରା ଓଡ଼ିଆଙ୍କ ସ୍ବାଭିମାନ ଓ ଅଭିମାନ ଉପରେ ପ୍ରଚଣ୍ଡ ଆଘାତ ହୋଇଛି। ଦେଶର ରାଜଧାନୀରେ ଜଣେ ବ୍ୟକ୍ତି ଓଡ଼ିଆ ଜାତିର ସ୍ବାଭିମାନକୁ ଆଘାତ ଦେଲା ପରେ ଏ ଜାତି ନିରବ ରହିପାରିବନି। ଏ ଗୃହ ଓଡ଼ିଶାର ସ୍ବାଭିମାନର ପ୍ରତୀକ। ତେଣୁ ଗୃହରେ ସର୍ବସମ୍ମତକ୍ରମେ ନିନ୍ଦା ପ୍ରସ୍ତାବ ପାରିତ ହେଉ। ଯଦି ଆମେ ଆଜି ନିନ୍ଦା ନ କରିବା, ତେବେ ଭବିଷ୍ୟତରେ ଓଡ଼ିଆ ଜାତି ଆମକୁ କ୍ଷମା ଦେବ ନାହିଁ। ଏ ଗୃହ ଅସତ୍ୟ ଓ ପାଗଳର ପ୍ରଳାପକୁ ନିନ୍ଦା କରୁ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button