ଓଡିଶା
Assistance Inner Wheel Club ଇନର ହ୍ବିଲ୍ କ୍ଲବ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା
ମଇଦପୁର ଗ୍ରାମର ଦଳେଇ ସାହିରେ ଗୌରାଙ୍ଗ ଦଳେଇଙ୍କ ଘରେ ଅଗ୍ନିକାଣ୍ଡ ଯୋଗୁ ୪ ବଖରା ଘର ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। ଯାଜପୁର ରୋଟାରୀ କ୍ଲବ୍ ଓ inner wheel clubର ସହଯୋଗରେ ଉକ୍ତ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।

ଯାଜପୁର: ଇନର ହ୍ବିଲ କ୍ଲବ୍ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତ ମଇଦପୁର ଗ୍ରାମର ଦଳେଇ ସାହିରେ ଗୌରାଙ୍ଗ ଦଳେଇଙ୍କ ଘରେ ଅଗ୍ନିକାଣ୍ଡ ଯୋଗୁ ୪ ବଖରା ଘର ଜଳି ପୋଡ଼ି ନଷ୍ଟ ହୋଇଯାଇଥିଲା। ଏଥି ସହିତ ସମସ୍ତ ଆସବାପତ୍ର ଏବଂ ଖାଦ୍ୟଶସ୍ୟ ମଧ୍ୟ ନିଆଁରେ ଜଳି ଯାଇଥିଲା। ତେବେ ଯାଜପୁର ରୋଟାରୀ କ୍ଲବ୍ ଓ ଇନର ହ୍ବିଲ କ୍ଲବର ସହଯୋଗରେ ଉକ୍ତ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।
ମଇଦପୁରରେ କ୍ଲବର ସଦସ୍ୟା
ଏହି ଅବସରରେ କ୍ଲବର ସଦସ୍ୟାମାନେ ସେମାନଙ୍କ ପାଖରେ ପହଞ୍ଚି ତେଜରାତି,ପୋଷାକ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଭାପତି ସତ୍ୟଭାମା ପତି, ସଂପାଦିକ ଲିଲିରାଣୀ କର,ପ୍ରୀତିମୟୀ ସୁଚିତ୍ରା ନାୟକ,ପ୍ରେମଲତା ପଣ୍ଡା ଓ ପଙ୍କଜିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।
ସୌଜନ୍ୟ ସମ୍ବାଦ




