Attack: ମମତାଙ୍କ ଉପରେ ଜଣେ ମହିଳା ଛୁରୀରେ ଆକମ୍ରଣ ଉଦ୍ୟମ କରିଥିବା ଅଭିଯୋଗ
ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆଜି ଜଣେ ମହିଳା ଛୁରୀରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମମତା ଆଜି ଏକ ଦୁର୍ଗା ପୂଜା ପେଣ୍ଡାଲ୍ ଉଦ୍ଘାଟନ କରିବା ପାଇଁ କାଳୀଘାଟସ୍ଥିତ ତାଙ୍କ ବାସଭବନରୁ ବାହାରିବା...

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆଜି ଜଣେ ମହିଳା ଛୁରୀରେ ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମମତା ଆଜି ଏକ ଦୁର୍ଗା ପୂଜା ପେଣ୍ଡାଲ୍ ଉଦ୍ଘାଟନ କରିବା ପାଇଁ କାଳୀଘାଟସ୍ଥିତ ତାଙ୍କ ବାସଭବନରୁ ବାହାରିବା ସମୟରେ ହାତରେ ଛୁରୀ ଧରି ଜଣେ ମହିଳା ତାଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲେ।
ମମତାଙ୍କ ଟିଏମ୍ସି ଗୋଷ୍ଠୀ ଦ୍ବାରା ହୋଇଥିବା ଅଭିଯୋଗ ଅନୁଯାୟୀ ଉକ୍ତ ମହିଳା ଜଣକ ମମତାଙ୍କ ବାସଭବନ ବାହାରେ ପହଞ୍ଚି ନିଜକୁ ତାଙ୍କ ଝିଆରୀ ବୋଲି କହିଥିଲେ। ସେ ମମତାଙ୍କ ଶାଢି ଟାଣିଥିଲେ। ତାଙ୍କ ନିକଟରୁ ଏକ ଛୁରୀ ମିଳିଛି। ଆଜି ସନ୍ଧ୍ୟା ୬ଟାରେ ଏହି ଘଟଣା ଘଟିଛି। ରାଜ୍ୟସଭା ସାଂସଦ ଡୋଲା ସେନ୍ ଅଭିଯୋଗ କରିଛନ୍ତି ଯେ, ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଥିଲେ ଏବଂ ତାଙ୍କ ହାତରେ ଏକ ଛୁରୀ ଥିଲା। ସେ ନିଜକୁ ମମତାଙ୍କ ଝିଆରୀ ବୋଲି କହି ଭିଡ଼ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ
ତେବେ ଏହି ଘଟଣା ପରେ ମମତାଙ୍କ ସହଯୋଗୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଟିଏମ୍ସି ସାଂସଦ ସାକେତ ଗୋଖେଲ ଅଭିଯୋଗ କରିଛନ୍ତି ଯେ ଜଣେ ନିଶାସକ୍ତ ମହିଳା ମମତାଙ୍କ ବାସଭବନ ନିକଟରେ ପହଞ୍ଚି ତାଙ୍କୁ ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି। ଜେଡ୍ ପ୍ଲସ୍ ଶ୍ରେଣୀର ସୁରକ୍ଷା ଥିବା ମମତା ବାନାର୍ଜୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର। ଜଣେ ନିଶାସକ୍ତ ବ୍ୟକ୍ତି ମମତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଛୁରୀରେ ମାରିବାକୁ ଚେଷ୍ଟା କରିଛନ୍ତି। ପଶ୍ଚିମବଙ୍ଗରେ ଏଭଳି ସ୍ଥିତି। ଜେଡ୍ ପ୍ଲସ୍ ସୁରକ୍ଷା ବଳୟରେ ଥିବା ୩ ଥରର ମୁଖ୍ୟମନ୍ତ୍ରୀ ଏଠାରେ ସୁରକ୍ଷିତ ନୁହନ୍ତି। ବିଜେପି ଦ୍ବାରା ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ




