ଓଡିଶା

Ayurvedic medicines: କେବଳ ଆୟୁର୍ବେଦିକ ଔଷଧ ଲେଖିବେ ଆୟୁଷ ଡାକ୍ତର: କେନ୍ଦୁଝରରେ ଆୟୁଷ୍ମାନ ଭାରତ ଡିଜିଟାଲ୍‌ ମିସନ୍‌ର ପାଇଲଟ୍ କାର୍ଯ୍ୟକ୍ରମ

ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ କରିବାକୁ ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ। କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ୍‌ କରିବେ ନାହିଁ। ଏହାସହ ଓଡ଼ିଶାରେ ଆୟୁଷ ଡାକ୍ତରଙ୍କ ସେବାକୁ ଅଗ୍ରାଧିକାର ଦେବା ନିମନ୍ତେ ଆୟୁଷ୍ମାନ ଆରୋଗ୍ୟ....

ଭୁବନେଶ୍ବର: ରାଜ୍ୟରେ ଆୟୁଷ ଔଷଧକୁ ଲୋକପ୍ରିୟ କରିବାକୁ ଆୟୁଷ ଡାକ୍ତର କେବଳ ଆୟୁର୍ବେଦିକ ଔଷଧ ହିଁ ଲେଖିବେ। କୌଣସି ଏଲୋପାଥିକ ଔଷଧ ପ୍ରେସକ୍ରାଇବ୍‌ କରିବେ ନାହିଁ। ଏହାସହ ଓଡ଼ିଶାରେ ଆୟୁଷ ଡାକ୍ତରଙ୍କ ସେବାକୁ ଅଗ୍ରାଧିକାର ଦେବା ନିମନ୍ତେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆୟୁର୍ବେଦିକ ଓ ହୋମିଓପାଥିକ ଔଷଧ ଉପଲବ୍‌ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟକ୍ରମର ଗତକାଲି ସମୀକ୍ଷା କରିଥିଲେ। ଏଥିରେ ମୁଖ୍ୟତଃ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।

କେନ୍ଦୁଝରରେ ଆୟୁଷ୍ମାନ ଭାରତ ଡିଜିଟାଲ୍‌ ମିସନ୍‌ର ପାଇଲଟ୍ କାର୍ଯ୍ୟକ୍ରମ
ସ୍ବାସ୍ଥ୍ୟ ବିଭାଗର ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଆୟୁଷ୍ମାନ ଭାରତ ଡିଜିଟାଲ୍‌ ମିସନ୍‌ (ଏବିଡିଏମ୍‌)ର କାର୍ଯ୍ୟାନ୍ୱୟନ ପ୍ରକ୍ରିୟା ପ୍ରଥମେ କେନ୍ଦୁଝର ଜିଲ୍ଲାରେ ଏକ ପାଇଲଟ୍ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସଫଳତାକୁ ଅନୁଧ୍ୟାନ କରାଯାଇ ରାଜ୍ୟବ୍ୟାପୀ ଏହାର ସଂପ୍ରସାରଣ କରାଯିବ। ଡିଜିଟାଲ୍ ମିସନ୍‌ ଦ୍ୱାରା ଅଧିକାଂଶ ସ୍ୱାସ୍ଥ୍ୟ ସେବା ଆପଏଣ୍ଟମେଣ୍ଟ, ବୁକିଂ, ରେଫରାଲ୍ ଓ ଫଲୋଅପ୍ ବ୍ୟବସ୍ଥା ଭଳି କାର୍ଯ୍ୟ ଡିଜିଟାଲ୍‌ ମାଧ୍ୟମରେ କରାଯିବ। ଏହାଦ୍ୱାରା ରୋଗୀଙ୍କ ପ୍ରତୀକ୍ଷା ସମୟ କମିବ ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ସର୍ବୋତ୍ତମ ବ୍ୟବହାର ହୋଇପାରିବ। ଏଥିସହିତ ଡାକ୍ତରଙ୍କ ଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଡିପ୍ଲୋମା ଅଫ୍‌ ନ୍ୟାସନାଲ ବୋର୍ଡ (ଡିଏନ୍‌ବି) ପାଠ୍ୟକ୍ରମ ଆରମ୍ଭ ହେବ। ଏଥିରେ ଡାକ୍ତରମାନେ ପ୍ରାକ୍ଟିକାଲ୍ ଓ କ୍ଲିନିକାଲ୍ ଟ୍ରେନିଂ ପାଇ ସ୍ପେସିଆଲାଇଜେସନ୍ କରିପାରିବେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button