ଓଡିଶାମହାନଗର

Basic amenities: ମିଳୁନି ମୌଳିକ ସୁବିଧା, ଲୋକେ ହନ୍ତସନ୍ତ

ରେଳବାଇ ଜମିରେ ବ୍ରିଟିଶ ଅମଳରୁ ଚାଲିଥିବା ଜଟଣୀର ବହୁ ପୁରାତନ ‘ରେଲୱେ ମାର୍କେଟ’ର ଦୋକାନୀମାନଙ୍କୁ ମୌଳିକ ସୁବିଧା ମିଳୁନାହିଁ। ରେଳ ପ୍ରଶାସନ ଏହି ବ୍ୟବସାୟୀମାନଙ୍କଠାରୁ.....

ଜଟଣୀ: ରେଳବାଇ ଜମିରେ ବ୍ରିଟିଶ ଅମଳରୁ ଚାଲିଥିବା ଜଟଣୀର ବହୁ ପୁରାତନ ‘ରେଲୱେ ମାର୍କେଟ’ର ଦୋକାନୀମାନଙ୍କୁ ମୌଳିକ ସୁବିଧା ମିଳୁନାହିଁ। ରେଳ ପ୍ରଶାସନ ଏହି ବ୍ୟବସାୟୀମାନଙ୍କଠାରୁ ବାର୍ଷିକ ଭଡ଼ା ବାବଦରେ ଲକ୍ଷାଧିକ ଟଙ୍କା ଆଦାୟ କରୁଛି। ହେଲେ ମାର୍କେଟରେ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା କଥା ଚିନ୍ତା କରାଯାଉନହିଁ। ଫଳରେ ବ୍ୟବସାୟୀ ଓ ଗଆହକ ହନ୍ତସନ୍ତ ହେଉଛନ୍ତି। ଏଥିସହ ଡ୍ରେନ୍ ବ୍ୟବସ୍ଥା ନଥିବାରୁ ବର୍ଷାଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବ୍ୟବସାୟୀ
ଖୋର୍ଦ୍ଧାରୋଡ୍ ରେଳଷ୍ଟେସନ୍‌ରେ ବିଭିନ୍ନ ରାଜ୍ୟର ଲୋକମାନେ ଚାକିରି କରନ୍ତି। ତେଣୁ କର୍ମଚାରୀମାନଙ୍କ ପାଇଁ ଏଠାରେ ତିଆରି ହୋଇଥିଲା କଲୋନି। ପରବର୍ତ୍ତୀ ସମୟରେ ଏମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ନିର୍ମାଣ ହୋଇଥିଲା ମାର୍କେଟ। ସ୍ଥାନୀୟ କିଛି ଅଞ୍ଚଳବାସୀ ଏଠାରେ ଦୋକାନ ଆରମ୍ଭ କରିଥିଲେ। ପରେ ଏହି ମାର୍କେଟର ନାଁ ରେଲୱେ ମାର୍କେଟ ଦିଆଗଲା। ବର୍ତ୍ତମାନ ମାର୍କେଟରେ  ୪୦୦ଟି ସ୍ଥାୟୀ ଓ ୩୦୦ଟି ଉଠାଦୋକାନ ରହିଛି। ରେଳବାଇ ପକ୍ଷରୁ ଏହି ଦୋକାନୀମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଛି। ଦୋକାନୀମାନେ ପ୍ରତି ମାସ ବିଦ୍ୟୁତ୍ ବିଲ୍ ପୈଠ କରୁଛନ୍ତି। ଏଥିସହ ରେଲବାଇ ବାର୍ଷିକ ଭଡ଼ା ବାବଦକୁ ସ୍ଥାୟୀ ଦୋକାନୀମାନଙ୍କଠାରୁ ଜାଗାର ପରିସୀମା ଅନୁସାରେ ଭଡ଼ା ନେଉଥିବା ବେଳେ ଉଠାଦୋକାନୀମାନଙ୍କଠାରୁ ପ୍ରତିଦିନ ଟଙ୍କା ଆଦାୟ କରୁଛି। ସେହିପରି ବର୍ଷକୁ ବର୍ଷ ଭଡ଼ା ମଧ୍ୟ ବୃଦ୍ଧି କରାଯାଉଛି।

ଏନେଇ ରେଲୱେ ମାର୍କେଟ୍‌ କମିଟି ସଭାପତି ସୁଜିତ ରାଉତରାୟ କହିଛନ୍ତି ଯେ ରେଳ ପ୍ରଶାସନ ସେମାନଙ୍କ ସୁବିଧା ଓ ଅସୁବିଧା ବିଷୟରେ ବୁଝିବା କଥା। ହେଲେ ବର୍ଷ ବର୍ଷ ବିତି ଯାଉଥିଲେ ମଧ୍ୟ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ କରାଯାଉ ନାହିଁ। ମୁଖ୍ୟତଃ ପାନୀୟ ଜଳ, ଶୌଚାଳୟ, ଲାଇଟ୍ ସହ ଡ୍ରେନ୍ ସମସ୍ୟାର ସମାଧାନ ହେଉ ନଥିବା ଶ୍ରୀ ରାଉତରାୟ ଅଭିଯୋଗ କରିଛନ୍ତି। ସେହିଭଳି ପାର୍କିଂ ସମସ୍ୟା ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। ରେଳବାଇର ବହୁତ ଜାଗା ଥିଲେ ମଧ୍ୟ ଗାଡ଼ି ପାର୍କିଂ ପାଇଁ ଜାଗା ମିଳୁନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button