ବାଣିଜ୍ୟ

BHIM ଆପ ଉପରେ ବଢିଛି ଭାରତୀୟଙ୍କ ଭରସା, ମାସିକ ନେଣଦେଣ ୩୦୦% ପାର

୨୦୨୫ରେ ଭୀମ ଆପରେ ମାସିକ ଆଧାରରେ ନେଣଦେଣରେ ହାରାହାରି ୧୪%ର ଅଭିବୃଦ୍ଧି ଦେଖା ଯାଇଛି। ନେଣଦେଣ ମାତ୍ରା ବୃଦ୍ଧି ସହିତ ନେଣଦେଣ ମୂଲ୍ୟ ମଧ୍ୟ ବଢିଛି।

ନୂଆଦିଲ୍ଲୀ ୨୨।୧: ସରକାରୀ ପେମେଣ୍ଟ ଆପ୍ ଭୀମ ଉପରେ ଏବେ ଲୋକଙ୍କ ଭରସା ବଢିଲାଣି ଓ ଏହି ଆପରେ ହେଉଥିବା ମାସିକ ନେଣଦେଣ ୨୦୨୫ରେ ୩୦୦%ର ଦୃଢ ଅଭିବୃଦ୍ଧି ଦେଖା ଯାଇଛି। ଏନପିସିଆଇ ଭୀମ ସର୍ଭିସେସ ଲିମିଟେଡ ପକ୍ଷରୁ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଭୀମ ଆପରେ ମାସିକ ନେଣଦେଣ ସଂଖ୍ୟା ଡିସେମ୍ବର ୨୦୨୫ରେ ବୃଦ୍ଧି ହୋଇ ୧୬୫.୧ ମିଲିୟନ ହୋଇଯାଇଛି, ଯାହା ଜାନୁୟାରୀ ୨୦୨୫ରେ ମାତ୍ର ୩୮.୯୭ ମିଲିୟନ ଥିଲା।

୨୦୨୫ରେ ଭୀମ ଆପରେ ମାସିକ ଆଧାରରେ ନେଣଦେଣରେ ହାରାହାରି ୧୪%ର ଅଭିବୃଦ୍ଧି ଦେଖା ଯାଇଛି। ନେଣଦେଣ ମାତ୍ରା ବୃଦ୍ଧି ସହିତ ନେଣଦେଣ ମୂଲ୍ୟ ମଧ୍ୟ ବଢିଛି। ଡିସେମ୍ବର ୨୦୨୫ରେ ନେଣଦେଣ ମୂଲ୍ୟ ୨୦,୮୫୪ କୋଟି ଟଙ୍କାକୁ ପହଞ୍ଚିଥିଲା। ପିଛିଲା ବର୍ଷ ଏହି ଅବଧିରେ ହୋଇଥିବା ନେଣଦେଣ ତୁଳନାରେ ପାଖାପାଖି ୩୯୦% ବୃଦ୍ଧି ହୋଇଛି। ସେହିପରି ନେଣଦେଣ ମୂଲ୍ଯରେ ୧୨୦%ରୁ ଅଧିକ ବୃଦ୍ଧି ହୋଇଛି। ଏଥିରୁ ଜଣାପଡୁଛି ଯେ ଆପ ଉପଯୋଗକାରୀ ନା କେବଳ ଦୈନିକ ଛୋଟମୋଟ ପୈଠ ପାଇଁ ଏହାକୁ ବ୍ୟବହାର କରିଛନ୍ତି ବରଂ ଉଚ୍ଚ ମୂଲ୍ୟର ନେଣଦେଣ ପାଇଁ ମଧ୍ୟ ଆପକୁ ଉପଯୋଗ କରିଛନ୍ତି।

୨୦୨୫ରେ ଭୀମ ପେମେଣ୍ଟ ଆପ୍ ଲାଗି ଦିଲ୍ଲୀ ଏକ ମୁଖ୍ୟ ବଜାର ପାଲଟିଥିଲା। ଜାତୀୟ ରାଜଧାନୀରେ ଏହି ବୃଦ୍ଧି ମୁଖ୍ୟ ରୂପେ ଛୋଟ ରାଶି ଭାବେ ବାରବାର ହୋଇଥିବା ନେଣଦେଣ କାରଣରୁ ହୋଇଛି। ମୋଟ ନେଣଦେଣରେ ପିୟର-ଟୁ-ପିୟର ପୈଠର ଅଂଶ ୨୮%ଥିଲା। ଏହା ବାଦେ କିରାନା କ୍ରୟ ପାଖାପାଖି ୧୮%ଥିଲା। ଏଥିରେ ଫାଷ୍ଟ ଫୁଡ ଆଉଟଲେଟର ଯୋଗଦାନ ୭% ଥିବା ବେଳେ ଭୋଜନାଳୟରେ ୬%, ଦୂରସଞ୍ଚାର ସେବାରେ ୪%, ସର୍ଭିସ ଷ୍ଟେସନର ୩% ଓ ଅନଲାଇନ ମାର୍କେଟ ପ୍ଲସ୍ ଯୋଗଦାନ ୨% ଥିଲା।

ଭୀମ ଆପର ଲୋକପ୍ରିୟତା ଦ୍ରୁତ ବୃଦ୍ଧି ହେଉଥିବାର କାରଣ ଆପ୍ ର ସରଳ ଇଣ୍ଟରଫେସ୍ ଓ ଏପିସିଆଇ ପକ୍ଷରୁ ୟୁଜରଙ୍କୁ କ୍ୟାସ୍ ବ୍ୟାକ୍ ଦେବା ବୋଲି ଜଣାପଡିଛି। ଏହି ପ୍ରଦର୍ଶନକୁ ନେଇ ଏନପିସିଆଇ ଭୀମ ସର୍ଭିସେସ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଲଳିତା ନଟରାଜନ କହିଛନ୍ତି ଯେ ଭୀମ ପେମେଣ୍ଟସ ଆପ କମ୍ ଇଣ୍ଟରନେଟ୍ କନେକ୍ଟିଭିଟି କ୍ଷେତ୍ରରେ ମଧ୍ୟ ସୁରକ୍ଷିତ, ସୁବିଧାଜନକ ଓ ସମସ୍ତଙ୍କ ଲାଗି ସୁଲଭ ଡିଜିଟାଲ ପୈଠ ଲାଗି ଡିଜାଇନ କରାଯାଇଛି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button