ମହାନଗର

Bhubaneswar Town Center Project: ଭୁବନେଶ୍ବର ଟାଉନ୍‌ ସେଣ୍ଟର ପ୍ରକଳ୍ପ: ୧୦ ବର୍ଷ ହେଲା ଝୁଲିଛି, ଏବେ ପୁଣି ଯୋଜନା

୧୦ ବର୍ଷ ତଳେ ଭୁବନେଶ୍ବର ଟାଉନ୍‌ ସେଣ୍ଟର ପ୍ରକଳ୍ପକୁ ମିଳିଥିଲା ସରକାରୀ ମଞ୍ଜୁରି। ଯେଉଁଠି ବୃହତ୍‌ ପାର୍କିଂ ସାଙ୍ଗକୁ ଅତ୍ୟାଧୁନିକ ବହୁମୁଖୀ ବାଣିଜ୍ୟିକ କେନ୍ଦ୍ର ଖୋଲିବାର ଯୋଜନା ଥିଲା। ପ୍ରକଳ୍ପ ଡିଜାଇନ୍‌ ବି ଦୁବାଇ ଭଳି ଭ୍ରମ ସୃଷ୍ଟି କରୁଥିଲା।

ଭୁବନେଶ୍ବର: ୧୦ ବର୍ଷ ତଳେ ଭୁବନେଶ୍ବର ଟାଉନ୍‌ ସେଣ୍ଟର ପ୍ରକଳ୍ପକୁ ମିଳିଥିଲା ସରକାରୀ ମଞ୍ଜୁରି। ଯେଉଁଠି ବୃହତ୍‌ ପାର୍କିଂ ସାଙ୍ଗକୁ ଅତ୍ୟାଧୁନିକ ବହୁମୁଖୀ ବାଣିଜ୍ୟିକ କେନ୍ଦ୍ର ଖୋଲିବାର ଯୋଜନା ଥିଲା। ପ୍ରକଳ୍ପ ଡିଜାଇନ୍‌ ବି ଦୁବାଇ ଭଳି ଭ୍ରମ ସୃଷ୍ଟି କରୁଥିଲା। ୫ ବର୍ଷରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ୧୦ ବର୍ଷ ପରେ ବି ଏହି ପ୍ରକଳ୍ପ ଆରମ୍ଭ ହୋଇପାରିନି। ଏଥିପାଇଁ ମାଟି ମୁଠେ ପଡ଼ିନି। ବିଡିଏ ଓ ରେଳ ବିଭାଗର ଜାଗା ବିବାଦ ଭିତରେ ପ୍ରକଳ୍ପ ଝୁଲି ରହିଛି। ଏବେ ପୁଣି ଏହି ପ୍ରକଳ୍ପ ନେଇ ଆଶା ସଂଚାର ହୋଇଛି। ବିଡିଏ ପ୍ରକଳ୍ପ ପାଇଁ ଅନୁମୋଦିତ ପୁରୁଣା ଡିଜାଇନ୍‌କୁ ବଦଳାଇ ନୂଆ ଡିଜାଇନ୍‌ ପ୍ରସ୍ତୁତ କରୁଛି। ପୂର୍ବରୁ ୧୨ ଏକର ଜାଗାରେ ଏହି ପ୍ରକଳ୍ପ କରିବାକୁ ଯୋଜନା କରାଯାଇଥିଲା। ରେଳ ବିଭାଗ ବିକାଶରେ ଏଥିରୁ କିଛି ଜାଗା ଚାଲିଯାଇଥିବାରୁ ଯେତିକି ଜାଗା ବଳିଛି ତାକୁ ଦେଖି ଡିଜାଇନ୍‌ ପ୍ରସ୍ତୁତ କରି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେବାକୁ ବିଡିଏ ଅଣ୍ଟା ଭିଡ଼ିଛି।

Show More

Leave a Reply

Your email address will not be published. Required fields are marked *

Back to top button