ମନୋରଞ୍ଜନ

Big B takes a break: ବିରତି ନେଲେ ବିଗ୍‌ ବି

ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ କାର୍ଯ୍ୟ ବିରତି ଖବର ଏଥର ମଧ୍ୟ ପ୍ରଶଂସକଙ୍କୁ ଚିନ୍ତିତ କରିଛି। ନିଜେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି କିଛି ଦିନ ପାଇଁ ବିଶ୍ରାମ ନେବାକୁ ଯାଉଥିବା ସୂଚନା ଦେଇଛନ୍ତି ବିଗ୍‌ ବି।

ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ କାର୍ଯ୍ୟ ବିରତି ଖବର ଏଥର ମଧ୍ୟ ପ୍ରଶଂସକଙ୍କୁ ଚିନ୍ତିତ କରିଛି। ନିଜେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି କିଛି ଦିନ ପାଇଁ ବିଶ୍ରାମ ନେବାକୁ ଯାଉଥିବା ସୂଚନା ଦେଇଛନ୍ତି ବିଗ୍‌ ବି। ତେବେ ଏହି ବିରତି ପଛରେ କ’ଣ କାରଣ ରହିଛି, ସେ ସମ୍ପର୍କରେ ସେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି।
ନିୟମିତ ବ୍ଲଗ୍‌ ଲେଖିବା ସହ ବିଳମ୍ବିତ ରାତିରେ ସୋସିଆଲ୍ ମିଡିଆରେ ପୋଷ୍ଟ୍‌ କରିବା ଅଭ୍ୟାସ ପାଇଁ ଅମିତାଭ ଆଜିର ଯୁବପିଢ଼ିଙ୍କ ମଧ୍ୟରେ ମଧ୍ୟ ବେଶ୍‌ ଜଣାଶୁଣା। ସେ ନିୟମିତ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି। ତେଣୁ ତାଙ୍କର ଏହି ବିରତି ଘୋଷଣା ଅନେକଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।

ଗତ ୨୧ ତାରିଖରେ ଅମିତାଭ ନିଜର ଏକ୍ସ୍‌ ହ୍ୟାଣ୍ଡଲ୍‌ରେ ପୋଷ୍ଟ୍‌ କରି ଜଣାଇଥିଲେ ଯେ, ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏଥିଯୋଗୁଁ ସେ କିଛି ଲେଖିପାରୁନାହାନ୍ତି ବୋଲି କହିବା ସହ ପ୍ରଶଂସକଙ୍କୁ କ୍ଷମା ମାଗିଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ଆଲୋଚନା ଆରମ୍ଭ ହୋଇଛି। କେହି କେହି ତାଙ୍କ ବିଶ୍ରାମ ପଛରେ ଅନ୍ୟ କୌଣସି କାରଣ ଥାଇପାରେ ବୋଲି ଆଶଙ୍କା କରୁଥିବାବେଳେ ଆଉ କେତେକ ଏହାକୁ ତାଙ୍କ ଆଣ୍ଠୁରେ ଲାଗିଥିବା ଆଘାତ ସହ ଯୋଡୁଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ‘କୌନ୍‌ ବନେଗା କରୋଡ୍‌ପତି ୧୮’ର ଏକ ଏପିସୋଡ୍‌ରେ ଅମିତାଭ ନିଜ ଆଣ୍ଠୁରେ ଆଘାତ ଲାଗିଥିବା କଥା କହିଥିଲେ। ସୁଟିଂ ସମୟରେ ଖସିପଡ଼ିବା ଯୋଗୁଁ ତାଙ୍କ ଆଣ୍ଠୁ ଜଖମ୍‌ ହୋଇଥିଲା। ଏହି କାରଣରୁ ସେ ଏକ ଏପିସୋଡ୍‌ର ଆରମ୍ଭରେ ଠିଆ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିବା ପରିବର୍ତ୍ତେ ବସି ରହିଥିଲେ। ସେତେବେଳେ ଆଘାତ ଗୁରୁତର ନୁହେଁ ବୋଲି ସେ ପ୍ରକାଶ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button