Biju Babu: ‘ବିଜୁବାବୁ’ ହେବାର ନିଆରା ଅନୁଭୂତି

୨୦୧୩ରେ ମୁକ୍ତିପ୍ରାପ୍ତ ‘ଏସିପି ସାଗରିକା’ ଠାରୁ ଆରମ୍ଭ କରି ୨୦୨୫ର ‘ସାର୍’ ଯାଏ ବେଶ୍ କେତୋଟି ଓଡ଼ିଆ ଛବିରେ ନାୟକ ଭୂମିକାରେ ନଜର ଆସିଛନ୍ତି ଅଭିଷେକ ରଥ। ‌ତାଙ୍କୁ ଅଧିକାଂଶ ସିନେମାରେ ନରମ ଚରିତ୍ରରେ ଦେଖିବାକୁ ପାଇଛନ୍ତି ଦର୍ଶକ। ହେଲେ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଥିବା ଏକ ଓଡ଼ିଆ ସିନେମାରେ ଅଭିଷେକଙ୍କୁ ଦର୍ଶକ ଭେଟିବେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଭୂମିକାରେ।

କମଲେଶ ଜୈନଙ୍କ ପ୍ରଯୋଜିତ ତଥା ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ‘ମହାନାୟକ’ରେ ବିଜୁବାବୁଙ୍କ ଯୁବକ ଅବସ୍ଥାର ଭୂମିକାରେ ନଜରକୁ ଆସିବେ ଅଭିଷେକ ରଥ। ଏପରି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିବା ପଛର କାହାଣୀ ବର୍ଣ୍ଣନା କରି ଅଭିଷେକ କହନ୍ତି, ‘‘ଏହି ଭୂମିକା ପାଇଁ ବହୁ କଳାକାର ଅଡିସନ୍ ଦେଇଥିଲେ। ସେମାନଙ୍କ ଭିତରେ ମୁଁ ବି ଥିଲି। ମୁଁ କେବେ ଆଶା କରି ନ ଥିଲି ଯେ ମୋତେ ସେଭଳି ଭୂମିକା ମିଳିବ। ମୋର ଲୁକ୍ ଟେଷ୍ଟ୍‌ ନିଆଯିବା ପରେ ମୁଁ ଏକ ବେଙ୍ଗଲୀ ସିନେମା ପାଇଁ କୋଲ୍‌କାତା ଚାଲିଯାଇଥିଲି। ଅବଶ୍ୟ କିଛିଦିନ ପରେ ମୋତେ ଫୋନ୍‌ରେ କୁହାଯାଇଥିଲା ଯେ ମୁଁ ସର୍ଟଲିଷ୍ଟେଡ୍ ହୋଇଛି।

ପରେ ମୋତେ ବିଜୁବାବୁଙ୍କ ଯୁବ ଅବସ୍ଥାର ଭୂମିକା ଲାଗି ଚୁକ୍ତିବଦ୍ଧ କରାଯାଇଥିଲା। ଏହାପରେ ମୁଁ ୟୁଟ୍ୟୁବ୍‌ରୁ ବିଜୁବାବୁଙ୍କର ଜୀବନର ବିଭିନ୍ନ ଘଟଣାକୁ ଦେଖିଲି ଓ ତାଙ୍କ ଶୈଳୀକୁ ପର୍ଯ୍ୟବେକ୍ଷଣ କରିବାକୁ ଚେଷ୍ଟା କଲି। ସେ କେମିତି କଥା ହୁଅନ୍ତି, ଚାଲନ୍ତି, ବସନ୍ତି ଆଦି ନିରୀକ୍ଷଣ କରିଥିଲି।’’ ପ୍ରଥମ ଦିନର ସେଟ୍ ଅନୁଭୂତି ବଖାଣି ଅଭିଷେକ କହନ୍ତି, ‘‘କଟକର ‘କନିକା ହାଉସ୍’ରେ ଫାର୍ଷ୍ଟ ସଟ୍ ନିଆଯାଇଥିଲା। ସେଟ୍‌ରେ ମୋତେ ଧଳାକୁର୍ତ୍ତା ଓ ପାଇଜାମା ପିନ୍ଧାଯାଇଥିଲା। ସାଧାରଣତଃ ସୁଟିଂ ସରିବା ପରେ ମୁଁ ନିଜ ପ୍ୟାଣ୍ଟ୍‌ସାର୍ଟ ପିନ୍ଧି ଘରକୁ ଫେରିଥାଏ। ହେଲେ ସେଦିନ ମୁଁ ପ୍ରଯୋଜନା ସଂସ୍ଥାର ଅନୁମତି ନେଇ ସେହି ଧଳାକୁର୍ତ୍ତା ଓ ପାଇଜାମା ପିନ୍ଧି ଘରକୁ ଆସିଥିଲି। ପରେ ସୋଫା ପାଖରେ ଉକ୍ତ କଷ୍ଟ୍ୟୁମ୍‌ସ୍‌କୁ ରଖି ମୁଣ୍ଡିଆ ମାରି

 

 

 

ସୌଜନ୍ୟ ସମ୍ବାଦ