BJP: ପୌର ଉପାଧ୍ୟକ୍ଷଙ୍କ ସମେତ ବିଜେଡି ଛାଡ଼ିଲେ ୯ କାଉନ୍ସିଲ, ବିଜେପିରେ ହେଲେ ସାମିଲ
ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପରିଷଦ ରାଜନୀତିରେ ଏକ ବଡ଼ ହଟଚମଟ ଦେଖିବାକୁ ମଳିଛି। ଗୋଟିଏ ପଟେ ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଜେଲ୍ରୁ ଫେରିବା ପରେ ଗଞ୍ଜାମ ବିଜେଡି ଦଳ ଚଳଚଚଂଳ ହୋଇପଡ଼ିଛି।

ଛତ୍ରପୁର (ବସନ୍ତ ମହାରଣା):ଗଞ୍ଜାମଜିଲ୍ଲା ଛତ୍ରପୁର ପୌରପରିଷଦ ରାଜନୀତିରେ ଏକ ବଡ଼ ହଟଚମଟ ଦେଖିବାକୁ ମଳିଛି। ଗୋଟିଏ ପଟେ ବିଜେଡି ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଜେଲ୍ରୁ ଫେରିବା ପରେ ଗଞ୍ଜାମ ବିଜେଡି ଦଳ ଚଳଚଚଂଳ ହୋଇପଡ଼ିଛି। ଅପରପକ୍ଷେ ଜିଲ୍ଲା ସଦର ମହକୁମା ଛତ୍ରପୁର ବିଜେଡିକୁ ଲାଗିଛି ବଡ ଶକ୍ତ ଝଟକା।
ଆଜି ଗୋଟିଏ ଦିନରେ ବିଜେଡିର ଉପାଧ୍ୟକ୍ଷଙ୍କ ସମେତ ୯ କାଉନ୍ସିଲର ଦଳ ଛାଡ଼ିଛନ୍ତି। ସ୍ଥାନୀୟ ଅଂଚଳର ଆଇନଜୀବୀ ତଥା ଯୁବ ସଂଗଠକ ଓ ଏକାଧାରାରେ କହିବାକୁ ଗଲେ ବିଭିନ୍ନ ନିର୍ବାଚନରେ ସକ୍ରିୟ ନେତା ଭାବେ ପରିଚିତ ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଛତ୍ରପୁର ପରୌପରିଷଦର ବିଜେଡିର ପୌରାଉପାଧ୍ୟକ୍ଷ ଜି.ପାପା ରାଓଙ୍କ ସମେତ ୯ କାଉନ୍ସିଲରଙ୍କ ସମେତ ଛତ୍ରପୁର ନିର୍ବାଚନମଣ୍ଡଳୀର ବହୁ ଆଗଧାଡିର ନେତା ବୁଧବାର ବିଜେପିରେ ଯୋଗଦେଇଛନ୍ତି।
ମଜୁବୁତ ହେବ ବିଜେପି!
ଛତ୍ରପୁର ଏନ୍ଏସିରେ ୫ ପଂଚାୟତ ମିଶ୍ରଣ ପରେ ଛତ୍ରପୁର ପୌରପରିଷଦର କଳେବର ବୃଦ୍ଧି ହେବା ପରଠୁ ଏହି ବଡଗୋଷ୍ଠୀକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଲାଗି ରହିଥିଲା। ବିଜେଡିର ଏହି ବଡ଼ଗୋଷ୍ଠୀ ବିଜେପିରେ ସାମିଲ ହେବା ପରେ ଶାସକ ଦଳ ବିଜେପିକୁ ଆଗାମୀ ପୌର ନିର୍ବାଚନରେ ଆହୁରୀ ଶକ୍ତିଶାଳୀ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହୋଇଛି।
ବିଜେପିରେ କାଉନସିଲର
ଅନ୍ୟପକ୍ଷରେ ପୂର୍ବରୁ କମ୍ୟୁନିଷ୍ଟ ଯୁବନେତା ରଞ୍ଜନ ମହାପାତ୍ର ନିର୍ବାଚନମଣ୍ଡଳୀରେ ସାଧାରଣ ନିର୍ବାଚନ ହେଉ କିମ୍ବା ପଂଚାୟତ ବା ପୌରନିର୍ବାଚନରେ ସକ୍ରିୟ ଭୂମିକା ଗ୍ର୍ହଣ କରୁଥିବା ବ୍ୟକ୍ତି ଭାବେ ପରିଚିତ। ଏହାସହ ଆଇନଜୀବୀ ଶ୍ରୀ ମହାପାତ୍ରଙ୍କ ଗୋଟି ଚାଳନାରେ ପୌରାଉପାଧ୍ୟକ୍ଷ ପାପାଙ୍କ ପତ୍ନୀ ଜି.ଆରତି ୨୦୧୩ ପୌରନିର୍ବାଚନରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ହୋଇପାରିଥିଲେ। ପୁଣି ସେ ୨୦୨୨ ପୌରନିର୍ବାଚନରେ ନିଜେ ଜି. ପାପା ରାଓ ଉପାଧ୍ୟକ୍ଷ ହୋଇଥିଲେ। ଏହାସହ ଶ୍ରୀ ମହାପାତ୍ରଙ୍କ ରାଜନୀତି ଗୋଟି ଚାଳନାରେ ଛତ୍ରପୁର ଏନ୍ଏସିରେ ପୂର୍ବରୁ ଏବଂ ବର୍ତମାନ ଅନୁଗତ ଥିବା କାଉନ୍ସିଲରମାନେ ମଧ୍ୟ ଆଜି ବିଜେପିରେ ଯୋଗଦେଇଛନ୍ତି ସେହିପରି ଏଭଳି ଏକ ବଡଗୋଷ୍ଠୀକୁ ମଧ୍ୟ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ହାତଛଡା ନ କରିବାକୁ ପଛାଇନାହାନ୍ତି।
ସୌଜନ୍ୟ ସମ୍ବାଦ




